ଦାୟିତ୍ବ ନେବା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କର ପ୍ରଥମ ବଡ଼ ପଦକ୍ଷେପ : ରେପୋ ରେଟ୍ ୨୫ ପଏଣ୍ଟ ହ୍ରାସ

Published By : Prameya-News7 Bureau | February 07, 2019 IST

ଦିଲ୍ଲୀ ୭/୨ : ବଜେଟ ପରେ ପରେ ଆର୍ଥୀକ ନୀତି ପରିବର୍ତ୍ତନ କରିଛନ୍ତି ସର୍ବୋଚ୍ଚ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ମୁଦ୍ରାସ୍ଫୀତି ଲକ୍ଷ୍ୟ ୪ ପ୍ରତିଶତ ତଳେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ କିଛି ଠୋସ ପଦକ୍ଷେପ ଗ୍ରହଣ କରିଛନ୍ତି। ରେପୋ ରେଟ୍ ୨୫ ପଏଣ୍ଟ ହ୍ରାସ କରାଯାଇ ୬ ଦଶମିକ ୨୫ ପ୍ରତିଶତରୁ ୬ ପ୍ରତିଶତ କରାଯାଇଥିବା ବେଳେ ରିଭର୍ସ ରେପୋ ରେଟ୍ ୬ ଦଶମିକ ୫ରୁ ୬ ଦଶମିକ ୨୫ ପ୍ରତିଶତ କରାଯାଇଛି। ଦାୟିତ୍ବ ନେବା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କର ଏହା ପ୍ରଥମ ବଡ଼ ପଦକ୍ଷେପ।

{"id":82993,"width":587,"height":366}

ଏହା ପୂର୍ବର ଡିସେମ୍ବର ମାସରେ ହୋଇଥିବା ଆର୍ଥିକ ନୀତି ବୈଠକରେ ରିଜର୍ଭ ବ୍ୟାଙ୍କ ନିଜର ନୀତି ଅପରିବର୍ତ୍ତିତ ରଖିଥିଲା। ବର୍ତ୍ତମାନର ପରିବର୍ତ୍ତନ ସହିତ ୨୦୧୯-୨୦ରେ ଜିଡିପି ୭ ଦଶମିକ ୪ ପ୍ରତିଶତ ରହିବା ପୂର୍ବାନୁମାନ କରାଯାଇଛି। ବିନା ବନ୍ଧକରେ କୃଷକମାନଙ୍କୁ ୧.୬୦ ଲକ୍ଷ ଟଙ୍କା ଋଣ ଦିଆଯିବ। ପୂର୍ବରୁ ସେମାନଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ବିନା ବନ୍ଧକରେ ଋଣ ଦିଆଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.