ମାଗଣା ଏଟିଏମ୍ କାରବାର ବାବଦରେ ଆସିଲା ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ…

Published By : Prameya-News7 Bureau | August 15, 2019 IST

ମୁମ୍ବାଇ୧୫|୮: ବ୍ୟାଙ୍କ ଗ୍ରାହକଙ୍କ ପାଇଁ କୌଣସି ବଡ ସୂଚନା ଥିଲେ ତାହା ପ୍ରତ୍ୟେକେ ଜାଣିବା ଉଚିତ୍‌। ପ୍ରତି ନିୟମ ଜାଣିବା ଆବଶ୍ୟକ କାରଣ କେବଳ ଏହା ଦ୍ବାରା ହିଁ ଗ୍ରାହକ ଅପଡେଟେଡ ରହିବେ। ଫ୍ରି ଟ୍ରାନ୍‌ଜାକ୍ସନ ବାବଦରେ  ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ନିଜର ବକ୍ତବ୍ୟ ରଖିଛି ଯାହା ସମସ୍ତ ଗ୍ରାହକ ଜାଣିବା ଦରକାର।

ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟ୍ରାନ୍‌ଜାକ୍ସନ ନେଇ ଆରବିଆଇ ନେଇଥିବା ଏକ ନିଷ୍ପତ୍ତି ସମ୍ପର୍କିତ ସୂଚନା ଦେଇଛି। ଆରବିଆଇର ନୂଆ ସର୍କୁଲାର ଅନୁସାରେ ଏଟିଏମ୍‌ ଖରାପ ଥିଲେ ବା କ୍ୟାସ୍‌ ନଥିଲେ ତାହା ଟ୍ରାନ୍‌ଜାକ୍ସନରେ ଗଣାଯିବ ନାହିଁ । ଏହା ସହ ଭୁଲ ପିନ୍‌ ମାରିଲେ ମଧ୍ୟ ଟ୍ରାନ୍‌ଜାକ୍ସନରେ ଗଣା ଯିବ ନାହିଁ।

ତେବେ ଏଟିଏମ୍‌ରେ ଟଙ୍କା ନଥିଲେ ବା ଟେକ୍‌ନିକାଲ ଅସୁବିଧା ଥିଲେ ଟ୍ରାନ୍‌ଜାକ୍ସନକୁ ଫ୍ରି ଟ୍ରାନ୍‌ଜାକ୍ସନରେ ଗଣାଯିବ। ଆରବିଆଇ ଅନୁସାରେ ବାଲାନ୍ସ ଚେକ୍‌ କରିବା କିନ୍ତୁ ଫ୍ରି ଟ୍ରାନ୍‌ଜାକ୍ସନରେ ଗଣତି ହେବ ନାହିଁ। ଫଣ୍ଡ ଟ୍ରାନ୍ସଫର, ଟ୍ୟାକ୍ସ ପେମେମ୍ଟ, ଫ୍ରି ଟ୍ରାନ୍‌ଜାକ୍ସନ ଲିମିଟ୍‌ରେ ନାହିଁ। ଏଟିଏମ୍‌ରୁ ଚେକ୍‌ବୁକ୍‌ ଆବେଦନ କରିବା ମଧ୍ୟ ଫ୍ରି ଲିମିଟ୍‌ରେ ନାହିଁ। ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ଗୋଟେ ମାସରେ ୫ଥର ଫ୍ରି ଟ୍ରାନ୍‌ଜାକ୍ସନ କରିହେବ। ଫ୍ରି ଟ୍ରାନ୍‌ଜାକ୍ସନ ବା ଫ୍ରି ଲିମିଟ୍‌ ସରିବା ପରେ ୨୦ ଟଙ୍କା ଚାର୍ଜ ଲାଗିବ।    

wp:heading {"level":1}

    

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.