Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କମିଲା ରେପୋ ରେଟ୍ : ଶସ୍ତା ହେବ ଲୋନ୍, ଇଏମଆଇ ଆହୁରି କମିବ

4/10/2019 at 2:01 PM

ନୂଆଦିଲ୍ଲୀ ୪।୧୦: ଶସ୍ତା ହେବ ଆପଣଙ୍କ ଲୋନ୍, ଇଏମଆଇ ଆହୁରି କମିବ । କାରଣ ଆରବିଆଇ ରେପୋ ରେଟ୍ ୨୫ବେସିକ୍ ପଏଣ୍ଟ କମାଇଛି । ଏହାସହ ରେପୋ ରେଟ୍ ୫.୧୫ରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷ ଭିତରେ ଆରବିଆଇ ପଞ୍ଚମଥର ଲାଗି ରେପୋ ରେଟ୍ କମାଇଛି । ଏହାସହ ରିଭର୍ସ ରେପୋରେଟକୁ ୪.୯ ପ୍ରତିଶତ କରଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।

ଯେଉଁ ହାରରେ ଆରବିଆଇ ବିଭିନ୍ନ ବ୍ୟାଙ୍କକୁ ଋଣ ଦିଏ ତାହାକୁ ରେପୋ ରେଟ୍ କୁହାଯାଏ । ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣେ ତାହାକୁ ରିଭର୍ସ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ କମିଯିବା ଫଳରେ ସମସ୍ତ ବ୍ୟାଙ୍କ ଋଣ ଉପରେ ସୁଧ ହାର ମଧ୍ୟ କମିପାରେ । ଫଳରେ ଗୃହ ଋଣ, ଗାଡି ଋଣ, ପରସନାଲ୍ ଲୋନ୍ ସହ ଅନ୍ୟ ସମସ୍ତ ପ୍ରକାର ଋଣ ଉପରେ ବ୍ୟାଙ୍କ ମାନେ ସୁଧ ହାର କମାଇପାରନ୍ତି । ଆରବିଆଇର ନୂଆ ମୁଦ୍ରା ନୀତି ସାଧାରଣ ଗ୍ରାହକଙ୍କୁ ଲାଭ ଦେବ । ଦେଶର ଡିଜିପି ହ୍ରାସ ନେଇ ଚିନ୍ତା ବଢୁଥିବା ବେଳେ ଆରବିଆଇର ଘୋଷଣା ଅର୍ଥନୀତିକୁ ତ୍ବରାନ୍ବିତ କରିପାରେ ।

   Related Posts