ରିଜର୍ଭ ବ୍ୟାଙ୍କର 'କରୋନା' ମୁକାବିଲା : ରେପୋ ରେଟ୍ ୪.୪%କୁ ହ୍ରାସ

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭।୩: ଦେଶର ଅର୍ଥନୀତି ଉପରେ ଭୟଙ୍କର କରୋନା ଭାଇରସ୍ ର ପ୍ରଭାବକୁ ପ୍ରତିହତ କରିବା ଲାଗି ଏକ ବଡ ଘୋଷଣା କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ମୂଦ୍ରାନୀତି ସଂପର୍କରେ ନିଷ୍ପତ୍ତି ନେଉଥିବା ଆରବିଆଇ ରେପୋରେଟ୍ ରେ ୭୫ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋରେଟ୍ ହ୍ରାସ ସହ ଆଉ କିଛି ଘୋଷଣା କରିଛନ୍ତି । ରେପୋ ରେଟ୍ ୫.୧୫% ରୁ ୪.୪୫% ହ୍ରାସ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ଲାଗି ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାଜେଜ୍ ଘୋଷଣା କରିବାର ଦିନକ ପରେ ଆରବିଆଇ ରେପୋ ରେଟ୍ ହ୍ରାସ କରିଛନ୍ତି ।

ରେପୋ ରେଟ୍ ୭୫ ପଏଣ୍ଟ ହ୍ରାସ ପାଇଥିବା ବେଳେ ରିଭର୍ସ ରେପୋରେଟ୍ ୯୦ ପଏଣ୍ଟ ହ୍ରାସ କରାଯାଇଛି । ବର୍ତ୍ତମାନ ରିଭର୍ସ ରେପୋରେଟ୍ ୪ ପ୍ରତିଶତ ହୋଇଛି । ସାଧାରଣ ଭାବେ ମାର୍ଚ୍ଚ ୩୧ ରୁ ଏପ୍ରିଲ ୩ ମଧ୍ୟରେ ମୁଦ୍ରାନୀତି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ କରୋନା ଜନିତ ଅଭାବନୀୟ ସ୍ଥିତି ଲାଗି ଏହି ବୈଠକକୁ ଆଗୁଆ ଭାବେ ମାର୍ଚ୍ଚ ୨୫ରୁ ୨୭କୁ ଘୁଞ୍ଚାଇ ଅଣାଯାଇଛି । ମୁଦ୍ରାନୀତି କମିଟି ୪:୨ ଭୋଟ୍ ରେ ୭୫ ପ୍ରତିଶତକୁ ହ୍ରାସ କରିଛନ୍ତି ।

ରେପୋ ରେଟ୍ ହ୍ରାସର ଲାଭ ଘର, କାର କିମ୍ବା ଅନ୍ୟାନ୍ୟ ଲୋନ୍ ସହିତ କେତେକ ପ୍ରକାରର EMI ଭରୁଥିବା କୋଟି କୋଟି ଲୋକଙ୍କୁ ମିଳିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.