Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

RBIଙ୍କ ଆଉ ଏକ ବୁଷ୍ଟର: କମିଲା ରେପୋ ଓ ରିଭର୍ସ ରେପୋ, ଋଣ ପ୍ରିମିୟମ ଶସ୍ତା, ମୋର୍ଟାରିୟମ ବଢିଲା ଆଉ ୩ମାସ

22/05/2020 at 6:35 PM

ମୁମ୍ବାଇ ୨୨।୫:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କରୋନା ଭାଇରସଗ୍ରସ୍ତ ଅର୍ଥନୀତିକୁ ଆହୁରି ସହଜ କରିଛନ୍ତି। ଏଥିରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ଓ ରିଭର୍ସ ରେପୋ ହାର ହ୍ରାସ କରିଥିବା ବେଳେ ଇଏମଆଇ ମୋର୍ଟାରିୟମକୁ ଅଧିକ ୩ ମାସ ସମ୍ପ୍ରସାରଣ କରିଛନ୍ତି। ଫଳରେ ଲୋକଙ୍କ ଉପରେ ଇଏମଆଇ ବୋଝ ସାମାନ୍ୟ ହାଲୁକା ହେବ ବୋଲି ଆଶା କରାଯାଉଛି।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର କେନ୍ଦ୍ରୀୟ ବ୍ୟାଙ୍କଙ୍କ ନୂତନ ମୁଦ୍ରାନୀତି ଘୋଷଣା କରିଛନ୍ତି। ଏଥିରେ ରେପୋ ହାର ୪୦ ବିପିଏସ୍ ହ୍ରାସ ହୋଇଥିବା ବେଳେ ୪ ପ୍ରତିଶତକୁ ଖସିଆସିଛି। ରିଭର୍ସ ରେପୋ ହାରରେ ମଧ୍ୟ ସେତିକି ହ୍ରାସ ହୋଇଛି। ଫଳରେ ଏହା ୩.୨୫ରେ ପହଞ୍ଚିଛି। ଏଣୁ ଲୋକଙ୍କ ଋଣ ପ୍ରିମିୟମ ହ୍ରାସ ହେଉଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ଇଏମଆଇ ମୋର୍ଟାରିୟମକୁ ଆହୁରି ୩ ମାସ ସମ୍ପ୍ରସାରିତ କରିଛନ୍ତି।

ଦେଶରେ କରୋନା ଲକଡାଉନ ଜାରି ପରଠାରୁ ଅର୍ଥବ୍ୟବସ୍ଥାକୁ ଆଶ୍ୱସ୍ତ କରିବା ଲାଗି ଆରବିଆଇଙ୍କର ଏହା ତୃତୀୟ ଘୋଷଣା। ପ୍ରଥମେ ମାର୍ଚ୍ଚ ୨୭ ତାରିଖରେ ଆରବିଆଇ ଇଏମଆଇ ମର୍ଟାରିୟମ ଘୋଷଣା କରିଥିଲେ। ଏଥିରେ ଲକଡାଉନ ଯୋଗୁ ଲୋକଙ୍କ ଉପରେ ୩ ମାସ ପର୍ଯ୍ୟନ୍ତ ଇଏମଆଇ ଲାଗି ଚାପ କୋହଳ କରିଥିଲେ। ତେବେ ମେ ମାସ ବେଳକୁ ମଧ୍ୟ ଦେଶର ଆର୍ଥିକ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିବାରୁ ଏହାକୁ ଅଧିକ ୩ ମାସ ସମ୍ପ୍ରସାରଣ କରିଛନ୍ତି। ଅର୍ଥାତ ମୋର୍ଟାରିୟମ ଅବଧିକୁ ୧ ଜୁନରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ଆର୍ଥିକ ଚାପରେ ଥିବା ଲୋକଙ୍କୁ ଋଣ ବାବଦ କିସ୍ତି ଟାଳିବାକୁ ଆଉ ୩ ମାସ ସମୟ ମିଳିଯାଇଛି।

ତେବେ ମୁଦ୍ରାନୀତି ସମୀକ୍ଷାରେ ଆରବିଆଇ ଗଭର୍ଣ୍ଣର ଜିଡିପିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ୨୦୨୦-୨୧ରେ ଅଭିବୃଦ୍ଧି ହାର ନେଗେଟିଭ ଟେରିଟରିରେ ରହିବ ବୋଲି କହିଛନ୍ତି। ଏଥିରେ ପ୍ରାଇଭେଟ କଞ୍ଜପ୍ସନକୁ ସବୁଠୁବଡ ଝଟକା ଲାଗିଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର। ଫଳରେ କଞ୍ଜ୍ୟୁମର  ଡ୍ୟୁରେବଲ ପ୍ରଡକ୍ସନ ୩୩ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ମାର୍କେଣ୍ଡାଇଜ ଏକ୍ସପର୍ଟ ୩୦ବର୍ଷର ସର୍ବନିମ୍ନସ୍ତରକୁ ଚାଲିଯାଇଥିବାର ସୂଚନା ଦେଇଛନ୍ତି। ତେବେ ଆରବିଆଇଙ୍କ ନୂତନ ନୀତି ସେୟାର ବଜାର ମନକୁ ଆସିନାହିଁ। ଫଳରେ ଶକ୍ତିକାନ୍ତ ଦାଶଙ୍କ ଘୋଷଣାର ମାତ୍ର କିଛି ସମୟ ପରେ ସେୟାର ବଜାରରେ ହ୍ରାସ ଦେଖାଯାଇଥିଲା। କରୋନା ଆକ୍ରାନ୍ତ ଅର୍ଥନୀତିର ଛବି ସାମ୍ନାକୁ ଆସିବା ପରେ ସେନସେକ୍ସ ୨୬୦ ପଏଣ୍ଟ ଖସି  ୩୦,୬୭୨.୫୯ ପ୍ରତିଶତରେ ପହଞ୍ଚିଯାଇଛି। ସେହିପରି ନିଫ୍ଟି ମଧ୍ୟ ୬୭.୦୦(୦.୭୪) ପ୍ରତିଶତ ହ୍ରାସ ହୋଇ ୯,୦୩୯.୨୫ସ୍ତରରେ ବନ୍ଦ ହୋଇଛି। ଏଥିରେ ବ୍ୟାଙ୍କିଙ୍ଗ ସେୟାର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

   Related Posts