ପୁଣି ହ୍ରାସ ପାଇଲା ରେପୋ ରେଟ୍, ଶସ୍ତା ହେଲା ସୁଧହାର

Published By : Prameya-News7 Bureau | June 06, 2019 IST

ନୂଆଦିଲ୍ଲୀ ୬|୬: ପୁଣି ହ୍ରାସ ପାଇଛି ରେପୋ ରେଟ୍ । ଆଜି ବସିଥିବା ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ବୈଠକରେ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୨୫% ହ୍ରାସ କରାଯାଇଛି । ରିଜର୍ଭ ବ୍ୟାଙ୍କ୍‌ ଏମ୍‌ପିସିର ତିନି ଦିନିଆ ବୈଠକ ସୋମବାର ଦିନ ଆରମ୍ଭ ହୋଇଥିଲା। କମିଟିର ୬ ଜଣଯାକ ସଦସ୍ୟ ରେପୋ ରେଟ୍‌ ହ୍ରାସ ସପକ୍ଷରେ ମତ ଦେଇଥିଲେ। ପୂର୍ବରୁ ରେପୋ ରେଟ୍ ୬ ପ୍ରତିଶତ ଥିବା ବେଳେ ଏବେ ଏହାକୁ ୫.୭୫ ପ୍ରତିଶତକୁ ଖସାଇ ଦିଆଯାଇଛି । ତେଣୁ ଶସ୍ତା ହୋଇଛି ସୁଧହାର ।

ନୂଆ ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ରେପୋ ରେଟ୍ ହ୍ରାସ । ଏହି ପଦକ୍ଷେପ ଦ୍ବାରା ବ୍ୟାଙ୍କ୍‌ ସବୁ କମ୍‌ ସୁଧରେ ଋଣ ଦେବା ଦ୍ବାରା ଗୃହ ଋଣ, କାର୍‌ ଋଣ ଏବଂ କର୍ପୋରେଟ୍‌ ଉଧାରକାରୀମାନଙ୍କ ଲାଗି ଇଏମ୍‌ଆଇ କମ୍‌ ପଡିବ। ଏବେ ହୋମ ଲୋନ ଇଏମଆଇ ମଧ୍ୟ ଶସ୍ତା ହୋଇଛି । ତେଣୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ନେଇଥିବା ବ୍ୟକ୍ତିଙ୍କୁ ଏବେ ମାସିକ ୩୧୬ ଟଙ୍କା କମ୍ ଦେବାକୁ ପଡିବ । ସେହିପରି ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତି ୪୭୪ ଟଙ୍କା କମ୍ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.