Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

୦.୨୫ ପ୍ରତିଶତ କମିଲା ରେପୋ ରେଟ : ଏଣିକି ହ୍ରାସ ପାଇବ ଆପଣଙ୍କ ଇଏମଆଇ

4/04/2019 at 12:32 PM

ନୂଆଦିଲ୍ଲୀ ୪/୪ : ଅର୍ଥଶାସ୍ତ୍ର ଏବଂ ବଜାରକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଆର୍ଥିକ ବର୍ଷର ପ୍ରଥମ ମୋୖଦ୍ରିକା ସମୀକ୍ଷା ନୀତି ଘୋଷଣା କରିଛନ୍ତି | ଅରବିଆଇ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରିଛି | ରେପୋ ରେଟ ହ୍ରାସ ପାଇବ ଫଳରେ ଲୋକଙ୍କ ଇଏମଆଇ ହ୍ରାସ ପାଇବାର ସମ୍ଭାବନା ରହିଛି | ଆଇବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଛନ୍ତି | ପୂର୍ବରୁ ରେପୋ ରେଟ ୬.୨୫ ପ୍ରତିଶତ ଥିଲା | ୦.୨୫ ପ୍ରତିଶତ ହ୍ରାସ ପାଇବ ପରେ ଏହା ୬ ପ୍ରତିଶତ ହୋଇଯାଇଛି | ଅପରପକ୍ଷରେ ରିଭର୍ସ ରେପୋ ରେଟ ୫.୭୫ ପ୍ରତିଶତ ହୋଇଯାଇଛି |


କେଉଁ କେଉଁ ଇଏମଆଇ ପ୍ରଭାବିତ ହେବ ଜାଣନ୍ତୁ :
ଯେଉଁମାନଙ୍କର ଘର ଋଣ, ଗାଡି ଋଣ, ବ୍ୟକ୍ତିଗତ ଋଣ, ଶିକ୍ଷା ଋଣ ରହିଛି ସେମାନଙ୍କ ଇଏମଆଇ ପ୍ରଭାବିତ ହେବ | ଏହିସବୁ ଋଣର ଇଏମଆଇ ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି | ତେବେ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ଅର୍ଥ ବ୍ୟବସ୍ଥା ଅନୁଯାୟୀ ରେପୋ ରେଟ ହ୍ରାସ ପାଇବ ସୁନିଶ୍ଚିତ ଥିଲା |


ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମୁଖ୍ୟ ରିଜର୍ଭ ବ୍ୟାଙ୍କର ମୋୖଦ୍ରିକା ନୀତି କମିଟି – ଏମପିଏସ ବୈଠକ ବୁଧବାର ଦିନ ଆତ୍ମଭା ହୋଇଥିଲା | ଚଳିତ ଆର୍ଥିକ ବର୍ଷର ଏହା ପ୍ରଥମ ବୈଠକ |


ଆର୍ଥିକ ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନ ମହଙ୍ଗା ଦର ନିୟନ୍ତ୍ରଣ ଅଛି | ବର୍ତ୍ତମାନ ଉଦ୍ୟୋଗୀକ ଉତ୍ପାଦନ ଗତି ମଧ୍ୟ ମନ୍ଥର ରହିଛି | ସେଥିପାଇଁ ସୁଧ ହାର ହ୍ରାସ କରାଇବା ପାଇଁ ଏହା ସଠିକ ସମୟ | ଏହା ପୂର୍ବରୁ ଫେବୃଆରୀ ମାସରେ ରେପୋ ରେଟ ହ୍ରାସ ପାଇଥିଲା |


କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ଅଳ୍ପବିଧି ଋଣ ଯେଉଁ ସୁଧ ହାରରେ ଦିଆଯାଏ ତାହାକୁ ରେପୋ ରେଟ ବୋଲି କୁହାଯାଏ |

   Related Posts