ଏଟିଏମରୁ ଟଙ୍କା ଉଠାଣ ନେଇ RBIର ନିୟମରେ ପରିବର୍ତ୍ତନ : ଏଣିକି ଦେବାକୁ ପଡିବ ଅଧିକ ଚାର୍ଜ

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୬ : ଏଟିଏମ୍ କାରବାର ସହ ଜଡିତ ନିୟମରେ ପରିବର୍ତ୍ତନ ଆଣିବାକୁ ଅନୁମତି ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବର୍ତ୍ତମାନ ଜାନୁୟାରୀ ୧, ୨୦୨୨ରୁ, ନିର୍ଦ୍ଧାରିତ ସୀମାଠାରୁ ଅଧିକ ସମୟ ଟଙ୍କା ଉଠାଇଲେ ଦେବାକୁ ପଡିବ ଅଧିକ ଦେୟ । ପ୍ରତି କାରବାର ପାଇଁ ୨୦ ଟଙ୍କା ବଦଳରେ ୨୧ ଟଙ୍କା ଦେବାକୁ ପଡିବ । ତେବେ ଆରବିଆଇ କହିଛି ଯେ ଗ୍ରାହକମାନଙ୍କ ପାଇଁ ପାଞ୍ଚଟି ମାଗଣା କାରବାରର ସୁବିଧା (ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ସମେତ) ପ୍ରତି ମାସରେ ଜାରି ରହିବ ।

ସେମାନେ ମେଟ୍ରୋ ସହରରେ ଥିବା ଅନ୍ୟ ବ୍ୟାଙ୍କଗୁଡିକର ଏଟିଏମରୁ ଏବଂ ପାଞ୍ଚଟି ଅଣ-ମେଟ୍ରୋ ସହରରେ ମଧ୍ୟ ତିନୋଟି ମାଗଣା କାରବାର କରିବାରେ ସକ୍ଷମ ହେବେ । ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକୁ ଏଟିଏମ୍ କାରବାର ପାଇଁ ପ୍ରତି ଆର୍ଥିକ କାରବାର ପାଇଁ ୧୫ରୁ ୧୭ ଟଙ୍କା ଏବଂ ଅଣ ଆର୍ଥିକ କାରବାର ପାଇଁ ୫ ରୁ ୬ ଟଙ୍କା ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.