Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବ୍ୟାଙ୍କ ଏଟିଏମ୍ ପାଇଁ ଆରବିଆଇଙ୍କ ନୂଆ ନିୟମ, ଆଉ ହେବନି ଟଙ୍କାର ଅଭାବ

16/06/2019 at 4:45 PM

ଭାରତରେ ଏଟିଏମ ବ୍ୟାଙ୍କିଙ୍ଗରେ ଦ୍ରୁତ ଅଭିବୃଦ୍ଧି ହେଉଛି। କିନ୍ତୁ କେବେ କେବେ ଟଙ୍କା ପାଇଁ ଏଟିଏମକୁ ଯିବା ବେଳକୁ ସେଠାରେ ଟଙ୍କା ମିଳୁ ନାହିଁ । ଏଣୁ ଟଙ୍କା ଯୋଗାଡ କରିବାକୁ ଗ୍ରାହକଙ୍କୁ ବେଶ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ହେଲେ ଏବେ ଆଉ ଗ୍ରାହକଙ୍କୁ ସେସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିନିମନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ନିୟମ କରିଛନ୍ତି। ଆରବିଆଇଙ୍କ ଏହି ନିୟମରେ ଗ୍ରାହକଙ୍କୁ ଅନେକ ସୁବିଧା ମିଳିପାରିବ। ଆସନ୍ତୁ ଜାଣିବା ବ୍ୟାଙ୍କ ଦେଉଥିବା ଏହି ସବୁ ସୁବିଧା କ’ଣ।

ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ଆରବିଆଇ କରିଥିବା ନୂଆ ନିୟମରେ କୌଣସି ବ୍ୟାଙ୍କର ଏଟିଏମ କାଉଣ୍ଟରରେ ସର୍ବାଧିକ ୩ ଘଣ୍ଟାରୁ ଅଧିକ କାଳ ଟଙ୍କା ଉପଲବ୍ଧ ନ ହେଲେ ସମ୍ପୃକ୍ତ ବ୍ୟାଙ୍କକୁ ଜରିମାନା କରାଯିବ । ଏଣୁ କୌଣସି ବ୍ୟାଙ୍କ ତାଙ୍କ ଏଟିଏମ ମେସିନକୁ ୩ ଘଣ୍ଟାରୁ ଅଧିକ କାଳ ଖାଲି ରଖି ପାରିବେ ନାହିଁ। ଏଣୁ ଏଟିଏମ୍ ରେ ଟଙ୍କା ନଥିବାରୁ ଗ୍ରାହକ ସମ୍ମୁଖୀନ ହେଉଥିବା ଅସୁବିଧା ଅନେକାଂଶରେ ହ୍ରାସ ହେବ ବୋଲି ଆଶା କରାଯାଉଛି। 

ପୂର୍ବରୁ ଦିନ ଦିନ ଧରି ବ୍ୟାଙ୍କମାନେ ସେମାନଙ୍କ ଏଟିଏମରେ ଟଙ୍କା ଭରୁ ନଥିଲେ। ଏଣୁ ଗ୍ରାହକ ଫେରିଯିବାକୁ ବାଧ୍ୟ ହେଉଥିଲେ। ତେବେ ଆରବିଆଇ ବ୍ୟାଙ୍କମାନଙ୍କୁ ସେମାନଙ୍କ ଏଟିଏମ ଅପଗ୍ରେଡ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ବ୍ୟାଙ୍କମାନଙ୍କର ଖର୍ଚ୍ଚ ବଢିଛି। ଏଣୁ ଅନେକ ବ୍ୟାଙ୍କ ସେମାନଙ୍କ ଏଟିଏମକୁ ବନ୍ଦ କରି ରଖୁଛନ୍ତି ବୋଲି ଏଟିଏମ ଇଣ୍ଡଷ୍ଟ୍ରିଜ ଅଭିଯୋଗ କରିଛନ୍ତି। ଏଟିଏମ ଅପରେଟ କରିବା ପାଇଁ ବ୍ୟାଙ୍କମାନଙ୍କର ବ୍ୟୟ ଅଧିକ ହେଉଥିବାରୁ ସେମାନେ ଏଭଳି କରୁଥିବା ଇଣ୍ଡଷ୍ଟ୍ରିଜ କହିଛି।

ତେବେ କେଉଁ ଏଟିଏମ କାଉଣ୍ଟରରେ କେତେ ଟଙ୍କା ରହିଛି ତାହା ବ୍ୟାଙ୍କମାନେ ଭଲ ରୂପେ ଜାଣନ୍ତି। ରିଏଲ ଟାଇମ ବେସିସିରେ ସେମାନେ କେଉଁ ଏଟିଏମରୁ କେତେ ସମୟପରେ ଟଙ୍କା ଖାଲି ହୋଇଯିବା ତାହା ମଧ୍ୟ ଜାଣୁଛନ୍ତି। ଏଣୁ କେଉଁ ଏଟିଏମରେ କେତେବେଳେ ଟଙ୍କା ଭରାଯିବା ଦରକାର ତାହା ବ୍ୟାଙ୍କମାନେ ଭଲରୂପେ ଜାଣି ମଧ୍ୟ ଅନେକ ସମୟରେ ଖାଲି ପକାଇ ଦେଉଛନ୍ତି।

   Related Posts