ଫିକ୍ସ ଡିପୋଜିଟ୍ ନିୟମ ବଦଳାଇଲେ RBI, ଜାଣନ୍ତୁ ଆପଣଙ୍କ ନିବେଶ ଉପରେ ପଡିବ କିପରି ପ୍ରଭାବ

Published By : Prameya-News7 Bureau | July 03, 2021 IST

ମୁମ୍ବାଇ ୩।୭: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅବଧି ଜମା ନିୟମରେ ପରିବର୍ତ୍ତନ କରିଛନ୍ତି। ଏଥିରେ ଅବଧି ପୁରା ହେବା ପରେ ଜମା ଥିବା ଟଙ୍କା ଲାଗି ପୂର୍ବର ସୁଧ ନିୟମ ବଦଳି ଯାଇଛି। ନୂଆ ନିୟମ ଅନୁସାରେ ମ୍ୟାଚୁରିଟି ପୂରଣ ହେବା ପରେ ଯଦି ଜମା ରାଶି ଉପରେ ଦାବି ନ କରାଯାଏ ତା ଉପରେ କମ ସୁଧ ପ୍ରଦାନ କରାଯିବ। ପୂର୍ବରୁ ଏପରି ରାଶି ଉପରେ ସଞ୍ଚୟ ଜମାଖାତାରେ ମିଳୁଥିବା ସୁଧ ଧାର୍ଯ୍ୟ କରି ଦିଆଯାଉଥିଲା। ହେଲେ ଏବେ ଆଉ ସେପରି ହେବ ନାହିଁ।

{"id":474977,"width":835,"height":470,"sizeSlug":"large","linkDestination":"none"}

ଏ ନେଇ ଆରବିଆଇଙ୍କ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ଏଥିରେ ଜମା ଅବଧି ପୂରଣ ହେବା ପରେ ପଡି ରହିଥିବା ଅନକ୍ଲେମଡ ଫଣ୍ଡ ଉପରେ ସଞ୍ଚୟ ଜମା ଖାତାର ସୁଧହାର ଅଥବା ପରିପକ୍ୱତାରେ ମିଳିବାକୁ ଥିବା ସୁଧହାର ଯାହା କମ୍‌ ହେବ ସେହି ହାରରେ ସୁଧ ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଛନ୍ତି। ଆରବିଆଇଙ୍କ ଫିକ୍ସ ଡିପୋଜିଟ ସମ୍ପର୍କିତ ଏହି ନିୟମ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ସମେତ ସ୍ମଲ ଫାଇନାନ୍ସ ବ୍ୟାଙ୍କ, କୋ-ଅପରେଟିଭ ବ୍ୟାଙ୍କ ଓ ସ୍ଥାନୀୟ ଆଞ୍ଚଳିକ ବ୍ୟାଙ୍କ ଲାଗି ମଧ୍ୟ ପ୍ରଜୁଯ୍ୟ ହେବ।

{"id":474980,"sizeSlug":"large","linkDestination":"none"}

ବ୍ୟାଙ୍କ ପୃଥକ ପୃଥକ ଅବଧି ଜମା ଉପରେ ପୃଥକ ସୁଦହାର ପ୍ରଦାନ କରିଥାନ୍ତି। ଏଣୁ ନିବେଶକ ତାଙ୍କ ନିବେଶର ଲକ୍ଷକୁ ଦୃଷ୍ଟିରେ ରଖି ଉପଯୁକ୍ତ ଅବଧି ଓ ଅଧିକ ସୁଧହାର ଚୟନ କରିବା ବୁଦ୍ଧିମତାର କାମ। ସେହିପରି ନିବେଶ ପୂର୍ବରୁ କ୍ରିସିଲ ଓ ଇକ୍ରାରେ ବ୍ୟାଙ୍କର ସ୍ଥିତି ଭଲ ରୂପେ ପରଖିବା ପରେ ନିଜ ଟଙ୍କା ନିବେଶ କରିପାରନ୍ତି। ସେହିପରି ଟଙ୍କା ପରିପକ୍ୱ ହେବା ପରେ ଏହାର ପୈଠ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ହାସଲ କରନ୍ତୁ। ବ୍ୟାଙ୍କ ଫିକ୍ସଡିପୋଜିଟ ପରିପକ୍ୱ ଅବଧିରେ ହିଁ ସୁଧ ପ୍ରଦାନ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.