ନିଆରା ଉପଲବ୍ଧି: ବିଶ୍ବରେ ବଢ଼ିଲା RBIର ଲୋକପ୍ରିୟତା,ପଛରେ ପଡ଼ିଲା ଆମେରିକାର ଫେଡେରାଲ୍‌ ରିଜର୍ଭ

Published By : Prameya-News7 Bureau | November 22, 2020 IST

ମୁମ୍ବାଇ ୨୨/୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରଚିଲା ଇତିହାସ। ଆରବିଆଇ ନାଁରେ ଯୋଡ଼ି ହେଲା ବିଶ୍ବ ରେକର୍ଡ। ବଡ଼ ଉପଲବ୍ଧି ସହ ବିଶ୍ବର ପ୍ରଥମ ମୌଦ୍ରିକ ପ୍ରାଧିକରଣର ମାନ୍ୟତା ପାଇଛି ଆରବିଆଇ। ଟ୍ବିଟ୍‌ରରେ ଆରବିଆଇର ଫଲୋଅର୍ସ ୧୦ ଲକ୍ଷ ପାର କରିଛି। ଟ୍ବିଟରରେ ଏତେ ଅଧିକ ଫଲୋଅର୍ସ ହୋଇଥିବା ବିଶ୍ବର ପ୍ରଥମ ମନିଟାରି ଅଥରିଟି ହେଉଛି ଆରବିଆଇ।

ଟ୍ବିଟ୍‌ରରେ ୧୦ ଲକ୍ଷ ଫଲୋଅର୍ସ ସହ କମ୍‌ ମୌଦ୍ରିକ୍‌ ଶକ୍ତି ବିଶିଷ୍ଟ ଆରବିଆଇ ଆମେରିକାର ଫେଡରାଲ ରିଜର୍ଭ ଓ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ (ଇସିବି)କୁ ପଛରେ ପକାଇଛି। ଏହା ସହ ଟ୍ବିଟ୍‌ରେ ସବୁଠୁ ଲୋକପ୍ରିୟ କେନ୍ଦ୍ରୀୟ ବ୍ୟାଙ୍କରେ ପରିଣତ ହୋଇଛି। ତେବେ ଆରବିଆଇର ଟ୍ବିଟ୍‌ର ହ୍ୟାଣ୍ଡେଲ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ୨୭ ସେପ୍ଟେମ୍ବରରେ ୯.୬୬ ଲକ୍ଷ ଫଲୋଅର୍ସ ଥିଲା ନଭେମ୍ବର ୨୨ (ରବିବାର) ଏହି ସଂଖ୍ୟା ୧୦,୦୦.୫୧୩ରେ ପହଞ୍ଚିଛି। ସେପଟେ ଆରବିଆଇ ପରେ ଦ୍ବିତୀୟରେ ୭.୭୪ ଫଲୋଅର୍ସ ସହ ମେକ୍ସିକୋ କେନ୍ଦ୍ରୀୟ ବ୍ୟାଙ୍କ ଅଛି। ତୃତୀୟରେ ଇଣ୍ଡୋନେସି କେନ୍ଦ୍ରୀୟ ବ୍ୟାଙ୍କ ଥିବା ବେଳେ ଚତୁର୍ଥରେ ଆମେରିକାର ଫେଡରାଲ ରିଜର୍ଭ ଓ ପଞ୍ଚମରେ ଇସିବି ରହିଛି।

ଦୁନିଆର ବଡ଼ କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍‌ ରିଜର୍ଭର ଟ୍ବିଟ୍‌ରରେ ଫଲୋଅର୍ସ ସଂଖ୍ୟା ୬.୬୭ ଲକ୍ଷ। ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଫଲୋଅର୍ସ ୫.୯୧ ଲକ୍ଷ। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ୨୦୦୯ରେ ଟ୍ବିଟର ସହ ଯୋଡ଼ି ହୋଇଥିବା ବେଳେ ଇିସିବି ୨୦୦୯ ଟ୍ବିଟର ସହ ଯୋଡ଼ି ହୋଇଥିଲା। ୮୫ ବର୍ଷ ପୂରୁଣା ଆରବିଆଇ ଟ୍ବିଟ୍‌ର ଆକାଉଣ୍ଟ ୨୦୧୨ରେ ଖୋଲିଥିଲା। ସେପଟେ ବର୍ତ୍ତମାନ ଆରବିଆଇ ଗଭର୍ଣ୍ଣରଙ୍କ ଅଲଗା ଟ୍ବିଟ୍‌ର ଆକାଉଣ୍ଡ ଥିବା ବେଳେ ତାଙ୍କର ଫଲୋଅର୍ସ ସଂଖ୍ୟା ୧.୩୫ ଲକ୍ଷ ରହିଛି।

ତେବେ କରୋନା କାଳାରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ବେଳେ ଆରବିଆଇର ଫଲୋଅର୍ସ ୧.୫ ଲକ୍ଷ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବିଶ୍ବରେ ଆରବିଆଇର ବଢ଼ିଥିବା ଲୋକପ୍ରିୟତାକୁ ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ  ସମସ୍ତ ସହଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.