Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

RBI ର ବଡ଼ ଘୋଷଣା : ଲକଡାଉନବେଳେ ଏବେ ଓଭରଡ୍ରାଫ୍ଟରେ ପ୍ରତ୍ୟେକ ଗ୍ରାହକଙ୍କୁ ମିଳିବ ଏହି ଖାସ୍ ସୁବିଧା

25/04/2020 at 11:56 AM

ନୂଆଦିଲ୍ଲୀ ୨୫/୪: ଅନେକ ଥର ଏପରି ଆବଶ୍ୟକତା ଆସିଥାଏ,ଯାହାକୁ ପୂରା କରିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥାଏ। ଆମ ସାମ୍ନାରେ ସୀମିତ ବିକଳ୍ପ ରହିଥାଏ। ସାଙ୍ଗ-ବନ୍ଧୁବାନ୍ଧବଙ୍କଠୁ ଧାର ନେଇପାରିବା। କ୍ରେଡିଟ୍ କାର୍ଡ଼ରେ ପର୍ସନାଲ୍ ଲୋନ୍ ନେଇ ପାରିବା। ପର୍ସନାଲ୍ ଲୋନରେ ସୁଧ ଦର ଅଧିକ ହୋଇଥାଏ। ଅନେକ ଲୋକ ତାଙ୍କ ବନ୍ଧୁବାନ୍ଧବଙ୍କଠୁ ଟଙ୍କା ମାଗିବାକୁ ସଙ୍କୋଚ କରିଥାନ୍ତି। ଆମେ ଆପଣଙ୍କୁ ଏହି ସ୍ଥିତିରେ ସାହାଯ୍ୟ ପାଇବା ପାଇଁ ବ୍ୟାଙ୍କର ଓଭରଡ୍ରାଫ୍ଟ ଫ୍ୟାସିଲିଟି ବିଷୟରେ କହିବୁ, ଯାହା ଏପରି ଆବଶ୍ୟକତାକୁ ପୂରଣ କରିବାକୁ ସୁବିଧା ପ୍ରଦାନ କରିଥାଏ। ଆରବିଆଇ ଘୋଷଣା କରିଛି ଯେ ଆସନ୍ତା ଭବିଷ୍ୟତରେ ବ୍ୟାଙ୍କ ତରଫରୁ ଖାତାଧାରକଙ୍କୁ ଇଲେକ୍ଟୋନିକ୍ କାର୍ଡ଼ ଜାରି କରାଯିବ। ଆରବିଆଇ ବ୍ୟାଙ୍କରେ ଓଭରଡ୍ରାଫ୍ଟ ଆକାଉଣ୍ଟ ରଖୁଥିବା ଗ୍ରାହକଙ୍କୁ ଇଲେକ୍ଟୋନିକ୍ କାର୍ଡ଼ ଜାରି କରିବାକୁ ଅନୁମତି ଦେଇଛନ୍ତି। ଏହି ସୁବିଧା ସେହି ଓଭରଡ୍ରାଫ୍ଟ ଖାତା ପାଇଁ ଯାହା ପର୍ସନାଲ୍ ଲୋନ୍ ଭଳି।

ସରକାରୀ ଏବଂ ଘରୋଇ ବ୍ୟାଙ୍କ୍ ଓଭରଡ୍ରାଫ୍ଟର ସୁବିଧା ଦେଇଥାନ୍ତି। ଅଧିକାଂଶ ବ୍ୟାଙ୍କ୍ କରେଣ୍ଟ ଆକାଉଣ୍ଟ,ସ୍ୟାଲାରି ଆକାଉଣ୍ଟ ଏବଂ ଫିକ୍ସଡ ଡିପୋଜିଟରେ ଏହି ସୁବିଧା ଦେଇଥାନ୍ତି। କିଛି ବ୍ୟାଙ୍କ୍ ସେୟାର,ବଣ୍ଡ ଏବଂ ବୀମା ପଲିସି ଭଳି ଆସେଟର ଆଭେଜରେ ମଧ୍ୟ ଓଭରଡ୍ରାଫ୍ଟର ସୁବିଧା ଦେଇଥାନ୍ତି। ଏହି ଫ୍ୟାସିଲିଟି ଅନୁସାରେ ବ୍ୟାଙ୍କରୁଆପଣ ନିଜ ଆବଶ୍ୟକତା ହିସାବରେ ଟଙ୍କା ଉଠାଇ ପାରିବେ ଏବଂ ପରେ ଏହା ଟଙ୍କା ସୁଝି ପାରିବେ।

RBI କହିଛି ଯେ ୨୦୧୫ମସିହା ଜୁଲାଇରେ ବ୍ୟାଙ୍କକୁ ସେଭିଂ ବ୍ୟାଙ୍କ୍ ଏବଂ ଚାଲୁ ଖାତା ଥିବା ଗ୍ରାହକଙ୍କୁ ଡେବିଟ୍ କାର୍ଡ଼ ଜାରି କରିବାର ଅନୁମତି ଦିଆଯାଇଛି। ଏହି ସୁବିଧାର ଲାଭ କ୍ରେଡିଟ୍ ଏବଂ ଲୋନ୍ ଆକାଉଣ୍ଟହୋଲ୍ଡର୍ସଙ୍କୁ ମିଳିବ ନାହିଁ। ଏହାର ଲାଭ କେବଳ ବ୍ୟାଙ୍କ୍ ଓଭରଡ୍ରାଫ୍ଟ ଖାତା ରଖୁଥିବା ଗ୍ରାହକଙ୍କୁ ହିଁ ମିଳିବ।

ଆରବିଆଇ ଏହା ସ୍ପଷ୍ଟ କରିଛି ଯେ ଇଲେକ୍ଟୋନିକ୍ କାର୍ଡ଼ ଗ୍ରାହକଙ୍କୁ ଦିଆଯାଇଥିବା ଓଭରଡ୍ରାଫ୍ଟ ସୁବିଧାର ବୈଧତାରୁ ଅଧିକ ଅବଧି ପାଇଁ ଜାରି କରାଯିବ ନାହିଁ। ଏହା ବ୍ୟତୀତ ଏହି ଇଲେକ୍ଟୋନିକ୍ କାର୍ଡ଼ କେବଳ ଦେଶରେ ନେଣଦେଣ ପାଇଁ ହେବ।

ଆରବିଆଇ ଏହି ସୁବିଧାକୁ ଆରମ୍ଭ କରିବା ପୂର୍ବରୁ ନିର୍ଦେଶକ ମଣ୍ଡଳକୁ ଏକ ପ୍ଲାନ୍ ଯୋଜନା ବନାଇବାର କାମ ଦେଇଛି। ବର୍ତ୍ତମାନ ଆଶା କରାଯାଉଛି ଯେ ବ୍ୟାଙ୍କ୍ ଖୁବ୍ ଶୀଘ୍ର ନିଜ ଖାତାଧାରକଙ୍କୁ ଏହି ଖାସ୍ ସୁବିଧା ପ୍ରଦାନ କରିବ।

RBI ତରଫରୁ ଜାରି ବୟାନରେ କୁହାଯାଇଥିଲା ଯେ ନଗଦ ନେଣଦେଣରେ ଏହି ପ୍ରତିବନ୍ଧ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସହ ପ୍ରଦାନ କରାଯାଇଥିବା ଓଭରଡ୍ରାଫ୍ଟ ସୁବିଧାରେ ଲାଗୁ ହେବ ନାହିଁ।

ଓଭରଡ୍ରାଫ୍ଟର ଫ୍ୟାସିଲିଟି ପାଇଁ ପ୍ରୋସେସ୍ ବ୍ୟାଙ୍କରୁ ଅନ୍ୟ ଲୋନ୍ ନେବା ଭଳି। ଯଦି ଆପଣଙ୍କ ବ୍ୟାଙ୍କରେ ସ୍ୟାଲାରି,କରେଣ୍ଟ ଆକାଉଣ୍ଟ ରହିଛି ତେବେ ପ୍ରକ୍ରିୟା ଅଳ୍ପ ସହଜ ହୋଇଯାଇଥାଏ। ଯଦି ବ୍ୟାଙ୍କରେ ଆପଣଙ୍କ କୌଣସି ଏଫଡି ନାହିଁ ତେବେ ପ୍ରଥମେ ଆପଣଙ୍କୁ ବ୍ୟାଙ୍କରେ କୌଣସି ଆସେଟସ୍ ବନ୍ଧକ ରଖିବାକୁ ପଡ଼ିଥାଏ।

ଏହା ପରେ ଜରୁରୀ ଫର୍ମାଲିଟି ପୂରା କରିବା ପରେ ବ୍ୟାଙ୍କ୍ ଆପଣଙ୍କୁ ଓଭରଡ୍ରାଫ୍ଟର ଫ୍ୟାସିଲିଟି ଦେଇଥାଏ। ଆଜିକାଲି ଅନେକ ବ୍ୟାଙ୍କ୍ ନିଜର ଭଲ ଗ୍ରାହକଙ୍କୁ ପୂର୍ବରୁ ହିଁ ଓଭରଡ୍ରାଫ୍ଟ ଫ୍ୟାସିଲିଟିର ଅଫର ଦେଇଥାନ୍ତି। ଏପରି ହେଲେ ପୁଣି ଲୋନ୍ ନେବା ସହଜ ହୋଇଥାଏ।

ବ୍ୟାଙ୍କ ଏହା ସ୍ଥିର କରିଥାଏ ଯେ ଓଭରଡ୍ରାଫ୍ଟ ଜରିଆରେ ଆପଣ କେତେ ଟଙ୍କା ନେଇ ପାରିବେ। ଏହି ଲିମିଟ୍ ଏହା ଉପରେ ନିର୍ଭର କରିଥାଏ ଯେ ଏହି ଫ୍ୟାସିଲିଟି ପାଇଁ ଆପଣ ବ୍ୟାଙ୍କରେ କ’ଣ ବନ୍ଧକ ରଖିଛନ୍ତି। ସ୍ୟାଲାରି ଏବଂ ଏଫଡି ମାମଲାରେ ବ୍ୟାଙ୍କ୍ ଅଧିକ ଲିମିଟ୍ ରଖିଥାଏ।

ଆପଣ ବ୍ୟାଙ୍କରେ ଯେତେ​‌ ଅବଧି ପାଇଁ ଟଙ୍କା ନିଅନ୍ତି,ସେହି ହିସାବରେ ଆପଣଙ୍କୁ ସୁଧ ଦେବାକୁ ପଡ଼ିଥାଏ। ଏହାର ଅର୍ଥ ହେଉଛି,ଯଦି ଆପଣ ଡିସେମ୍ବର ମାସର ୨୫ତାରିଖରେ ଟଙ୍କା ନେଇଛନ୍ତି ଏବଂ ଏହାକୁ ଜାନୁୟାରୀ ୨୫ତାରିଖରେ ସୁଝି ଦେଇଛନ୍ତି ତେବେ ଆପଣଙ୍କୁ ପାଖାପାଖି ମାସକର ସୁଧ ଦେବାକୁ ପଡ଼ିବ।

   Related Posts