ବ୍ୟାଙ୍କକୁ ତାଗିଦ କଲା ଆରବିଆଇ, ଇଏମଆଇ ଛାଡ ନିୟମ ଭୁଲ ଭାବେ ଲାଗୁ କରାଯାଇଥିବା ଅଭିଯୋଗ

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ, ୦୯|୦୪:  ଆରବିଆଇ ଲକଡାଉନ ପାଇଁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଇଏମଆଇ ସ୍ଥଗିତ ରଖିବା ପାଇଁ ବ୍ୟାଙ୍କକୁ ପରାମର୍ଶ ଦେଇଥିଲା । କିନ୍ତୁ ଏବେ ଏହି କାରଣରୁ ବ୍ୟାଙ୍କକୁ ତାଗିଦ କରିଛି ଆରବିଆଇ । ସୋମବାର ବ୍ୟାଙ୍କକୁ ଲେଖିଥିବା ଚିଠିରେ ମୋରେଟୋରିୟମ ଲାଗୁ କରିବାକୁ ନେଇ ମନମାନୀ କରାଯାଇଥିବା ଅଭିଯୋଗ ହୋଇଛି ।

ଆରବିଆଇ କହିଛି ଯେ, ଅନେକ ବ୍ୟାଙ୍କ ଭୁଲ ଭାବେ ଇଏମଆଇ ସ୍ଥଗିତ କରିଛନ୍ତି । ବ୍ୟାଙ୍କମାନେ ଆଦେଶକୁ ଠିକ ଭାବେ ବଝିପାରି ନାହାଁନ୍ତି । ବ୍ୟାଙ୍କ ଲୋନଧାରୀଙ୍କୁ ବାଧ୍ୟତାମୂଳକ ଭାବେ ଇଏମଆଇରେ ୩ ମାସ ପାଇଁ ଆଶ୍ୱସ୍ତି ଦେବା ଆବଶ୍ୟକ । ନିଜ ହିସାବରେ ଇଏମଆଇ ପ୍ରଦାନ କରିବାକୁ ଗ୍ରାହକ ଚାହୁଁଛନ୍ତି ନା ନାହିଁ କେତେକ ବ୍ୟାଙ୍କ ପଚାରିଥିଲେ ।

ବ୍ୟାଙ୍କ ବିଶେଷଜ୍ଞଙ୍କ କହିବାନୁସାରେ, ଆରବିଆଇ ହିସାବରେ ନିୟମ ଲାଗୁ କରାଗଲେ କ୍ୟାସ୍ ସଙ୍କଟ ଦେଖାଯିବ । ତେଣୁ ବ୍ୟାଙ୍କମାନେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ । କେବଳ ଏସବିଆଇ ହିଁ ବାଧ୍ୟତାମୂଳକ ଭାବେ ସମସ୍ତ ଗ୍ରାହକଙ୍କ ଇଏମଆଇ ଛାଡ କରିଥିଲା ।

କରୋନା ଭାଇରସ ପାଇଁ ଅର୍ଥବ୍ୟବସ୍ଥାର ସମସ୍ତ ସେକ୍ଟରରେ ପ୍ରତିକୂଳ ପ୍ରଭାବ ପଡିଛି । ଫଳରେ କୋଟିଏରୁ ଅଧିକ ବ୍ୟକ୍ତି ରୋଜଗାର ହରାଇବାର ସମ୍ଭାବନା ରହିଛି । ସେହି ସମୟରେ ଅନିକ୍ୟୋର୍ଡ ଲୋନ୍ ପ୍ରଭାବିତ ହେବ । ଆଗାମୀ ଦିନକୁ ନଜରରେ ରଖି ଅଧିକ କ୍ଷତିକୁ ଟାଳିବା ପାଇଁ କିଛି ବ୍ୟାଙ୍କ ବାଧ୍ୟତାମୂଳକ ଭାବେ ଇଏମଆଇ ଛାଡ କରିନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.