ଅତନୁ ଚକ୍ରବର୍ତ୍ତୀ HDFCର ପାର୍ଟ ଟାଇମ୍‌ ଚେୟାରମ୍ୟାନ୍‌ ନିଯୁକ୍ତ, ସେ କିଏ… ଜାଣନ୍ତୁ

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୪: ଦେଶର ସବୁଠୁ ବଡ଼ ଘରୋଇ ବ୍ୟାଙ୍କ ଏଚଡିଏଫସିର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ଅତନୁ ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତ କରିଛନ୍ତି  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ପୂର୍ବରୁ  ବୋର୍ଡ ବୈଠକ ମାଧ୍ୟମରେ ଅତନୁ ଚକ୍ରବର୍ତ୍ତୀଙ୍କ ନାଁ ଚୂଡ଼ାନ୍ତ କରିଥିଲା ବ୍ୟାଙ୍କ। ଏହା ପରେ ତାଙ୍କ ନାଁକୁ ରିଜର୍ଭ ବ୍ୟାଙ୍କ ପାଖକୁ ପଠାଯାଇଥିଲା। ବ୍ୟାଙ୍କର ଏହି ପ୍ରସ୍ତାବ ଉପରେ ରିଜର୍ଭ ବ୍ୟାଙ୍କ ମୋହର ମାରିଛନ୍ତି। ୧୯୮୫ ବ୍ୟାଚ୍‌ ଗୁଜୁରାଟ କ୍ୟାଡରର ଆଇଏଏସ୍‌ ଅଧିକାରୀ ହେଉଛନ୍ତି ଅତନୁ।

ସେ ବ୍ରିଟେନ୍‌ରୁ ବିଜନେସ୍‌ ଫାଇନାନ୍ସରେ ଏମବିଏ କରିଛନ୍ତି। ସେ ନଭେମ୍ବର ୨୦୧୫ରେ ଗୁଜୁରାଟ ଷ୍ଟେଟ୍‌ ପେଟ୍ରୋନେଟ ଲିମିଟେଡ୍‌ରେ ମ୍ୟାନେଜିଂ ଡାଇରେକ୍ଟର ଏବଂ ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ସାବରକାଣ୍ଠା, ଭଦୋଦରା ଏବଂ ଅମରେଲିର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି ଅତନୁ ଚକ୍ରବର୍ତ୍ତୀ। ତାଙ୍କ ପାଖରେ ୨୨ ବର୍ଷର ଅଭିଜ୍ଞତା ରହିଛି।

ରେଭେନ୍ୟୁ, ଫାଇନାନ୍ସ, ହୋମ, ଓ୍ବାଟର କନେକ୍ସନ୍‌ ଏବଂ ଏଜୁକେସନ୍‌ ସମେତ ରାଜ୍ୟର ବିଭିନ୍ନ ବିଭାଗରେ ସେ କାର୍ଯ୍ୟ କରିଛନ୍ତି। ଏପ୍ରିଲ ୨୦୨୦ରେ ଆର୍ଥିକ ବ୍ୟାପାରର ସଚିବ ପଦରୁ ଅବସର ନେଇଥିଲେ। ଦ୍ବିତୀୟ ଘରୋଇ ବ୍ୟାଙ୍କ ଭାବେ ଏଚଡିଏଫସିରେ ଜଣେ ପୂର୍ବତନ ସଚିବ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ପୂର୍ବତନ ପେଟ୍ରୋଲିୟମ ସଚିବ ଜି.ସି ଚତୁର୍ବେଦୀ ନିଯୁକ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.