Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୧୯-୨୦ରେ ଛପା ହୋଇନି ଗୋଟେ ବି ୨୦୦୦ ଟଙ୍କିଆ ନୋଟ୍, କମିଛି ସାର୍କୁଲେସନ : RBIର ବାର୍ଷିକ ରିପୋର୍ଟରେ ଆସିଲା ତଥ୍ୟ

25/08/2020 at 2:57 PM

ନୂଆଦିଲ୍ଲୀ ୨୫।୮: ୨୦୦୦ ଟଙ୍କିଆ ନୋଟ୍ ର ସର୍କୁଲେସନ ଲଗାତର କମ୍ କରାଯାଉଥିବା ଆରବିଆଇ ଦ୍ବାରା ପ୍ରକାଶିତ ୨୦୧୯-୨୦ର ବାର୍ଷିକ ରିପୋର୍ଟରୁ ଜଣାପଡିଛି । ୨୦୧୮ ମସିହା ସର୍କୁଲେସନ ହୋଇଥିବା ମୋଟ ନୋଟ୍ ରୁ ୩.୩ ପ୍ରତିଶତ ଅଥବା ୩୩,୬୩୨ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ରହିଥିଲା ।

ସେହିଭଳି ୨୦୧୯ରେ ୩୨୯୧୦ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ସର୍କୁଲେସନ ହୋଇଥିଲା । ଯାହା ୨୦୨୦ ରେ ଏହା ହ୍ରାସ ପାଇ ୨୭,୩୯୮ ଲକ୍ଷ ଖଣ୍ଡ ସର୍କୁଲେସନ ହୋଇଛି । ନୋଟ୍ ବନ୍ଦୀ ପରେ ଦେଶରେ ପ୍ରଥମ ଥର ୨୦୦୦ ଟଙ୍କିଆ ନୋଟ୍ ର ସର୍କୁଲେସନ ହୋଇଥିଲା ।

ଗତ ଦୁଇ ବର୍ଷ ମଧ୍ୟରେ ୫୫୧୨ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ର ସର୍କୁଲେସନ କମ୍ ହୋଇଥିଲା । ଯଦି ମୂଲ୍ୟ ହିସାବରେ ୨୦୧୮ରେ ମୋଟ୍ ନୋଟ୍ ର ୩୭.୩ ପ୍ରତିଶତ ଅଥବା ୬,୭୨,୬୪୨ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ର ସର୍କୁଲେସନ ହୋଇଥିଲା ।

ସେହିଭଳି ୨୦୧୯ରେ ୬,୫୮,୧୯୯ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ର ସର୍କୁଲେସନ ହୋଇଥିଲା । ମାର୍ଚ୍ଚ ୨୦୨୦ରେ ୫,୪୭,୯୫୨ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ର ସର୍କୁଲେସନ ହୋଇଥିଲା । ଅର୍ଥାତ୍ ଗତ ଦୁଇ ବର୍ଷ ମଧ୍ୟରେ ୧୧୦,୨୪୭ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ସର୍କୁଲେସନ କମ୍ ହୋଇଥିଲା ।

୨୦୧୮ରେ ୩୭,୦୫୩ କୋଟି ଟଙ୍କା ମୂଲ୍ୟର ୧୮୫୨୬ ଲକ୍ଷ ଖଣ୍ଡ ୨୦୦ ଟଙ୍କିଆ ନୋଟ ସର୍କୁଲେସନ ହୋଇଥିଲା । ୨୦୧୯ରେ ୮୦୦୧୦ କୋଟି ମୂଲ୍ୟର ୪୦୦୫ ଲକ୍ଷ ଖଣ୍ଡ ୨୦୦ ଟଙ୍କିଆ ନୋଟ ସର୍କୁଲେସନ ହୋଇଥିଲା ଯାହା ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୧,୦୭,୨୯୩କୋଟି ଟଙ୍କା ମୂଲ୍ୟର ୫୩,୬୪୬ ଲକ୍ଷ ୨୦୦ ଟଙ୍କିଆ ନୋଟ ସର୍କୁଲେସନ ହୋଇଥିଲା ।

୨୦୧୮ରେ ୭,୭୩,୪୨୯ କୋଟି ମୂଲ୍ୟର ୧,୫୪,୬୯୦ଲକ୍ଷ ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ସର୍କୁଲେସନ ହୋଇଥିଲା । ୨୦୧୯ରେ ୧୦,୭୫,୮୮୧ କୋଟି ଟଙ୍କା ମୂଲ୍ୟର ୨,୧୫,୧୭୬ ଲକ୍ଷ ଖଣ୍ଡ ୫୦୦ ଟଙ୍କାର ନୋଟ ସର୍କୁଲେସନ ହୋଇଥିଲା ଯାହା ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୧୪,୭୨,୩୭୩ କୋଟି ଟଙ୍କା ମୂଲ୍ୟର ୨,୯୪,୪୭୫ ଲକ୍ଷ ଟଙ୍କାର ୫୦୦,୦୦୦ ଟଙ୍କାର ନୋଟ ସର୍କୁଲେସନ ହୋଇଥିଲା । ଅର୍ଥାତ୍ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ୫୦୦ରୁ ଅଧିକ ନୋଟ୍ ଏବଂ ପ୍ରାୟ ତିନି ଗୁଣରୁ ଅଧିକ ୨୦୦ ଟଙ୍କିଆ ନୋଟ୍ ସର୍କୁଲେସନ ହୋଇଥିଲା ।

   Related Posts