ଏଚଡିଏଫସି ବିରୋଧରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ, ଡିଜିଟାଲ ଗତିବିଧି ଓ ନୂଆ କ୍ରେଡିଟ୍ କାର୍ଡ ଜାରି ଉପରେ ରୋକ୍

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ,୦୩/୧୨:  ବିଭିନ୍ନ ଅନଲାଇନ୍ ସେବା ବାରମ୍ବାର ଟେକନିକାଲ ସମସ୍ୟା କାରଣରୁ ବ୍ୟାହତ ହେଉଥିବାରୁ ଏଚଡିଏଫସି ବ୍ୟାଙ୍କକୁ ଏକ ଝଟକା ଲାଗିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏଚଡିଏଫସିର ନୂଆ ଡିଜିଟାଲ ଲଞ୍ଚ୍ ଓ ନୂଆ କ୍ରେଡିଟ୍ କାର୍ଡ ଜାରି ଉପରେ ରୋକ୍ ଲଗାଇଛନ୍ତି । ଅସ୍ଥାୟୀ ଭାବେ ଏହି ସବୁ ସେବା ଉପରେ ରୋକ୍ ଲାଗିଛି । ଆହୁରି ମଧ୍ୟ କୁହଯାଇଛି ଯେ, କେଉଁଠି ସମସ୍ୟା ଅଛି ବ୍ୟାଙ୍କ ସେଦିଗରେ ଯତ୍ନବାନ ହୋଇ ସମାଧାନର ରାସ୍ତା ବାହାର କରୁ ।

ସୂଚନାନୁସାରେ, ବାରମ୍ବାର ବିଭିନ୍ନ ଯାନ୍ତ୍ରିକ ତ୍ରୁଟି ପାଇଁ ଏଚଡିଏଫସିର ଗ୍ରାହକ ହଇରାଣ ହେଉଥିଲେ । ଗତ ୨ ବର୍ଷରେ ତୃତୀୟ ଥର ଏପରି ହୋଇଛି । ଆସନ୍ତୁ ନଜର ପକାଇବା ଗ୍ରାହକଙ୍କ ଉପରେ ଆରବିଆଇର ଏହି ନିଷ୍ପତ୍ତି କଣ ପ୍ରଭାବ ପକାଇବ ।

ଆରବିଆଇ ଏଚଡିଏଫସି ବ୍ୟାଙ୍କର ସମସ୍ତ ଡିଜିଟାଲ ବିଜନେସ୍ ଜେନେରେଟିଂ ଗତିବିଧି ଲଞ୍ଚକୁ ରୋକିବା ପାଇଁ କହିଛି । ଏହାସହ ସମସ୍ତ ପ୍ରସ୍ତାବିତ ବିଜନେସ୍ ଉପରେ ବି ରୋକ୍ ଲାଗିଛି । ବ୍ୟାଙ୍କ୍ ସମସ୍ତ ନିୟମକୁ ଅନୁପାଳନ କଲା ପରେ ହିଁ ପ୍ରତିବନ୍ଧକ ହଟିବ । ବ୍ୟାଙ୍କର କହିବାନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ଆର୍ଥିକ ନେଣଦେଣ ଉପରେ କିଛି ପ୍ରଭାବ ପକାଇବ ନାହିଁ । ବ୍ୟାଙ୍କର କ୍ରେଡିଟ୍ ଓ ଡିଜିଟାଲ ବ୍ୟାଙ୍କିଂ ସେବା ସଞ୍ଚାଳନ ଉପରେ ଆରବିଆଇର ନିଷ୍ପତ୍ତି କିଛି ଫରକ ପକାଇବ ନାହିଁ । ସାରା ଦେଶରେ ବ୍ୟାଙ୍କର ୧୫୨୯୨ଟି ଏଟିଏମ ଅଚି । ଏହାସହ ବ୍ୟାଙ୍କ ୧.୪୯ କୋଟି କ୍ରେଡିଟ୍ କାର୍ଡ ଓ ୩.୩୮ କୋଟି ଡେବିଟ୍ କାର୍ଡ ଜାରି କରିଛି ।

ରିପୋର୍ଟ ଅନୁସାରେ, ଏଚଡିଏଫସି ବ୍ୟାଙ୍କରେ ଏହି ସମସ୍ୟା ପାଇଁ ପ୍ରାଇମେରୀ ଡାଟା ସେଣ୍ଟରର ପାଓ୍ୱାର ଫେଲ୍ୟୋର୍ ଦାୟୀ । ପୂର୍ବରୁ ମଧ୍ୟ ବ୍ୟାଙ୍କ୍ ଏପରି ସମସ୍ୟାର ସମ୍ମୁଖୀନ ହେଉଛି । ଯେପରି ଏଟିଏମ ଟ୍ରାଞ୍ଜାକ୍ସନ, କାର୍ଡ ଓ ୟୁପିଆଇ ଟ୍ରାଞ୍ଜାକ୍ସନରେ ଅସୁବିଧା ନହୁଏ ତେଣୁ ଆରବିଆଇ ଏପରି ପଦକ୍ଷେପ ନେଇଛି । ସୂଚନାଯୋଗ୍ୟ, ପୂର୍ବରୁ ନଭେମ୍ବର ୨୧ରେ ମଧ୍ୟ ସମାନ ଅସୁବିଧା ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.