ଲୋନ୍ ଟେନସନ୍ କମାଇଦେଲେ RBI, ଏବେ MSME କରିପାରିବେ ନିଜ ଋଣର ରିଷ୍ଟ୍ରକ୍ଚର

Published By : Prameya-News7 Bureau | August 06, 2020 IST

ମୁମ୍ବାଇ ୬।୮:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ଋଣ ପୁନର୍ବିନ୍ୟାସ ଲାଗି ଅନୁମତି ଦେଇଛନ୍ତି। ଏ ନେଇ ଆରବିଆଇ ଗଭର୍ଣ୍ଣର ଘୋଷଣା କରିଥିବା ବେଳେ ଏହା ୭ଜୁନ୍‌ ୨୦୧୯ରେ ଜାରି କେନ୍ଦ୍ରୀୟ ବ୍ୟାଙ୍କଙ୍କ ମିତବ୍ୟୟି ରୂପରେଖ ଅନୁରୂପ ହେବ ବୋଲି କହିଛନ୍ତି। ଋଣୀଙ୍କ ଆକାଉଣ୍ଟ ଯଦି ମାନକ ଆକଉଣ୍ଟ ଭାବେ କ୍ଲାସିଫାଏଡ ହୋଇଥାଏ ତେବେ ଋଣ ପୁନର୍ବିନ୍ୟାସ ଲାଗି ପାତ୍ର ହୋଇପାରିବେ।

ଏହା ପୂର୍ବରୁ ଆରବିଆଇ ଫେବୃଆରୀ ମାସରେ ଜିଏସଟି ପଞ୍ଜିକୃତ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗଙ୍କ ଷ୍ଟାଣ୍ଡାର୍ଡ ଆକାଉଣ୍ଟରେ ଏହି ସୁବିଧା ଦେଇଥିଲେ। ତେବେ ଆରବିଆଇଙ୍କ ଘୋଷଣା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏ ବାବଦରେ ସୂଚନା ଦେଇ ସାରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଗତ ସପ୍ତାହରେ କୋଭିଡ-୧୯ ପ୍ରଭାବିତ ଉଦ୍ୟୋଗଙ୍କ ସହାୟତା ଲାଗି ଋଣ ପୁନର୍ବିନ୍ୟାସର ଆବଶ୍ୟକତାକୁ ନେଇ ଆରବିଆଇଙ୍କ ସହ ଆଲୋଚନା କରିଥିବା କହିଥିଲେ।

ଏହି ଋଣ ପୁନର୍ବିନ୍ୟାସ ସୁବିଧା ଏମଏସଏମଇ କ୍ଷେତ୍ର ଲାଗି ବିଶେଷ ଉପାଦେୟ ହୋଇ ପାରିବ ବୋଲି ଆଶା କରାଯାଉଛି। ଯେଉଁଥିରେ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ପୁନର୍ବିନ୍ୟାସ ସୁବିଧା ମିଳିପାରିବ। ଆରବିଆଇଙ୍କ ମୌଦ୍ରିକ ନୀତି ଘୋଷଣା ଅବସରରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଷ୍ଟାର୍ଟଅପ ଲାଗି ମଧ୍ୟ ଘୋଷଣା କରିଛନ୍ତି। ଯେଉଁଥିରେ ଷ୍ଟାର୍ଟଅପକୁ ପ୍ରାଥମିକ କ୍ଷେତ୍ରଭୁକ୍ତ କରିଛନ୍ତି। ଏଣୁ ଏଭଳି କ୍ଷେତ୍ରକୁ  ବ୍ୟାଙ୍କମାନେ ମଧ୍ୟ ଋଣ ପ୍ରଦାନ ନିମନ୍ତେ ଆଗ୍ରହୀ ହେବେ ବୋଲି ଆରବିଆଇ ଗଭର୍ଣ୍ଣର ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.