ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହ ମିଶି ରେମଣ୍ଡ୍ ଉନ୍ମୋଚନ କରିଛି “ଇକୋଭେରା’

Published By : Prameya-News7 Bureau | April 09, 2019 IST

ଭୁବନେଶ୍ୱର ୯/୪ : ରିଲାଏନ୍ସର ଆର୍-ଇଲାନ୍ ବ୍ୟବହାର ହୋଇଥିବା ରେମଣ୍ଡ୍ର “ଇକୋଭେରା’ ଦ୍ୱାରା ଏକ ନିୟୁତ ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲର ଉପଯୋଗ କରାଯିବ ଭାରତର ଅଗ୍ରଣୀ ପୋଷାକ ଓ କପଡ଼ା ନିର୍ମାତା ରେମଣ୍ଡ୍ ଗ୍ରୁ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲମିଟେଡ୍ (ଆର୍ଆଇଏଲ୍)ର ନୂଆ ପ୍ରଯୁକ୍ତି “ଆର୍-ଇଲାନ୍’କୁ ବ୍ୟବହାର କରି ଏକ ନୂତନ କପଡ଼ା ଶୃଙ୍ଖଳା “ଇକୋଭେରା’କୁ ଉନ୍ମୋଚନ କରାଯାଇଛି । ଇକୋଭେରାର ଏହି ଶୃଙ୍ଖଳା ଖୁବ୍ଶୀଘ୍ର ଦେଶର ୭୦୦ ସହରର୧୫୦୦ରୁ ଅଧିକ ଷ୍ଟୋର୍ରେ ଉପଲବ୍ଧ ହେବ । ଦୁନିଆର ସବୁଠୁ ସବୁଜତମ ଫାଇବର ଗ୍ରିନ୍ଗୋଲ୍ଡରୁ “ଆର୍-ଇଲାନ୍’କୁ ପ୍ରସ୍ତୁତ କରାଯାଇଛି । ଗ୍ରାହକମାନେ ବ୍ୟବହାର ପରେ ଫୋପାଡ଼ି ଦେଉଥିବା ପିଇଟି ବା ପ୍ଲାଷ୍ଟିକ୍ ବୋତଲକୁ ବାୟୋ ଡିଜେଲ୍ ଏବଂ କମ୍ ଶକ୍ତି ଉପଯୋଗ ହେଉଥିବା ପ୍ରକ୍ରିୟା ବ୍ୟବହାର କରି ଆର୍-ଇଲାନ୍ ଗ୍ରିନ୍ଗୋଲ୍ଡ ପ୍ରସ୍ତୁତ କରାଯାଇଛି ।

{"id":101885}


ରିଲାଏନ୍ସର ଆର୍-ଇଲାନ୍କୁ ବ୍ୟବହାର କରି ହେବାକୁ ଥିବା ରେମଣ୍ଡ୍ ଇକୋଭେରା ପାଇଁ ବ୍ୟବହାର କରି ଫୋପଡ଼ା ଯାଇଥିବା ପ୍ରାୟ ୧ ନିୟୁତ ପିଇଟି ବା ପ୍ଲାଷ୍ଟିକ୍ ବୋତଲକୁ ବାହାର କରାଯିବ । । ପୃଥିବଚୁ ସୁରକ୍ଷିତ ରଖିବା ପ୍ରତି ରେମଣ୍ଡ୍ ଓ ରିଲାଏନ୍ସର ରହିଥିବା ପ୍ରତିବଦ୍ଧତାର ଏହା ପ୍ରତିଫଳନ ।

{"id":101884}


ଏ ସମ୍ପର୍କରେ ଶ୍ରୀଯୁକ୍ତ ସୁଧାଂଶୁ ପୋଖରିଆଲ୍, ସଭାପତି, ଟେକ୍ସଟାଇଲ୍ , ରେମଣ୍ଡ୍ ଲିମିଟେଡ୍ କହିଛନ୍ତି ଯେ, “ଉଚ୍ଚ ମାନର ଫେବ୍ରିକ୍ସ ଉତ୍ପାଦନ କରିବାରେ ନୂତନତ୍ୱ ପାଇଁ ଏକ ସଂସ୍ଥା ଭାବେ ଆମେ ଜଣାଶୁଣା ଯାହାକୁ ଆମେ ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ ଫାଇବର୍କୁ ବ୍ୟବହାର କରି ପ୍ରସ୍ତୁତ କରୁଛୁ । ଏକ ପରିବେଶ ମିତବ୍ୟୟୀ ଓ ନିରନ୍ତର ଫେବ୍ରିକ୍ ବିକଶିତ କରିବା ପାଇଁ ଆର-ଇଲାନ୍ ଗୋଲ୍ଡ ହେଉଛି ଏକ ଉପଯୁକ୍ତ ପସନ୍ଦ ଯାହା ପାଖରେ ଉନ୍ନତ ଗୁଣ ରହିଛି । ଆମ ସଂସ୍ଥାକୁ ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକଳ, କରିବା ଦିଗରେ ରହିଥିବା ଆମର ଲକ୍ଷ୍ୟକୁ ହାସଲ କରିବା ଦିଗରେ ଆର୍-ଇଲାନ୍ ଗ୍ରିନ୍ଗୋଲ୍ଡ ହେଉଛି ଏକ ପଦକ୍ଷେପ ।’’

{"id":101886}


ଆର୍-ଇଲାନ୍ ଗ୍ରିନ୍ଗୋଲ୍ଡ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ବିକଶିତ ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବିଶ୍ୱର ସବୁଠାରୁ ପରିବେଶ ଅନୁକୂଳ ଫାଇବର୍ ଯାହା ଅନେକ ପ୍ରମୁଖ ବ୍ରାଣ୍ଡ୍କୁ ପରିବେଶ ପ୍ରତିବଦ୍ଧତା ବଜାୟ ରଖିବାରେ ସହଯୋଗ କରୁଛି ।


ଏହି ଅବସରରେ ଶ୍ରୀଯୁକ୍ତ ଗୁଂଜନ ଶର୍ମା, ସିଏମ୍ଓ, ପଲିଷ୍ଟର ବ୍ୟବସାୟ, ଆରଆଇଏଲ୍ କହିଛନ୍ତି ଯେ, “ରେମଣ୍ଡ୍ ସହିତ
ସହଯୋଗିତା ସ୍ଥାପନ କରି ଆମେ ଗର୍ବିତ । ପରିବେଶ ପାଇଁ କିଛି କରିବା ଦିଗରେ ଏହା ଆମକୁ ସୁଯୋଗ ପ୍ରଦାନ କରିଛି । ଆର୍ ।ଇଲାନ୍ ଗ୍ରିନ୍ଗୋଲ୍ଡ ରେମଣ୍ଡ୍କୁ ନିରନ୍ତରତା ସହିତ ଏକ ଅଭିନବ ଓ ଫେସନେବଲ୍ ଫେବ୍ରିକ୍ସ ସୃଷ୍ଟି କରିବାରେ ସହାୟକ ହୋଇଛି ।’’

{"id":101891}


ରିଲାଏନ୍ସର ପେଟ୍ରୋକେମିକାଲ୍ସ ବ୍ୟବସାୟ ସର୍କୁଲାର ଅର୍ଥନୀତି, ରିସାଇକ୍ଲିଂ ଏବଂ ବର୍ଜ୍ୟ ହ୍ରାସ ପରିକଳ୍ପନା ଦିଗରେ ପ୍ରତିବଦ୍ଧ । ଆର-ଇଲାନ୍ ଫେବ୍ରିକ୍ସ ଗ୍ରାହକମାନଙ୍କୁ ସଦ୍ୟତମ ଫେସନର ପୋଷାକ ପ୍ରଦାନ କରିବ ଯାହା ସେମାନଙ୍କ ଜୀବନଶୈଳୀକୁ ବେଶ ସୁହାଇବ । ଆରଆଇଏଲର ଏହି ଉଦ୍ୟମ ଗ୍ରାହକଙ୍କୁ ସେହି ଭାବ ପ୍ରଦାନ କରିବ ଯାହା ହେଉଛି ଯଦି ବାହାରେ ଆର-ଇଲାନ୍ ରହିଛି ତେବେ ଭିତରେ ନିଶ୍ଚିତ କିଛି ସ୍ୱତନ୍ତ୍ର ରହିଥିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.