Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରାୟଗଡା ମା ମଝିଘରିଆଣୀଙ୍କ ହୁଣ୍ଡିରୁ ୩ମାସରେ ବାହାରିଲା ୫୪ ଲକ୍ଷ ଟଙ୍କା ଓ ସୂନା, ରୂପା ଅଳଙ୍କାର

25/09/2019 at 8:41 PM

ରାୟଗଡା ୨୫\୯: ରାୟଗଡ଼।ର ଅଧତ୍ଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ହୁଣ୍ଡି ଆଜି ଖୋଲାଯାଇଛି । ମନ୍ଦିର ହୁଣ୍ଡିରୁ ୫୪ ଲକ୍ଷ ୫୧ ହଜାର ୨୯୪ ଟଙ୍କା ନଗଦ ଆଦାୟ ହୋଇଛି । ଏତଦବ୍ୟତୀତ ୪୫ ଗ୍ରାମ ସୂନା ଓ ୧୮୭୦ ଗ୍ରାମ ରୂପା ହୁଣ୍ଡିରୁ ବାହାରିଛି। ନୋଟ ବନ୍ଦି ସମୟରେ ଅଚଳ ୧ହଜାର ଓ ୫୦୦ ଟଙ୍କିଆ ନୋଟ୪୮ ହଜାର ୫୦୦ ର ବାହାରିଛି। ୨୭ଟି ୧୦୦୦ଚଙ୍କିଆ ଓ ୪୩ଟି ୫୦୦ ଟଙ୍କିଆ ନୋଟ ରହିଥିବା ସୂଚନା ମିଳିଛି।

ଆଗାମୀ ଦଶହରାକୁ ଦୃଷ୍ଟିରେ ରଖି ହୁଣ୍ଡି ଖୋଲାଯାଇଥିଲା। ସକାଳ ୧୧ ଟାରୁ ମାଜିଷ୍ଟ୍ରେଟ ଓ ମନ୍ଦିର ପରିଚାଳନା କମିଟି ଉପସ୍ଥିତିରେ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇ ସଂଧ୍ୟା୭ ଟା ବେଳେ ଶେଷ ହୋଇଛି । ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁ ଆସି ମନ୍ଦିର ହୁଣ୍ଡିରେ ନିଜର ମାନସିକ ଦାନ ଦିଅନ୍ତି ।  ଗତ ସାଢେ ତିନି ମାସରେ ୩ଟି ହୁଣ୍ଡିରେ ପ୍ରଦାନ କରାଯାଇଥିବା ଦାନକୁ ଆଜି ଖୋଲାଯାଇ ଗଣତି ହୋଇଥିଲା ।

ଏଥି ପୂର୍ବରୁ ଗତ ଜୁନ ୧୦ତାରିଖରେ ମନ୍ଦିରର ହୁଣ୍ଡି ଖୋଲାଯାଇଥିଲା। ସେତେବେଳେ ୬୩ ଲକ୍ଷ ୩୮ହଜାର ୧୦୫ଟଙ୍କା ସମେତ ୧୦୨ଗ୍ରାମ ସୁନା ଓ ୨୩୪୭ ଗ୍ରାମ ରୂପା ହୁଣ୍ଡିରୁ ଆଦାୟ ହୋଇଥିଲା । ଏହି ଆଦାୟ ଅର୍ଥ ଉତ୍କଳ ଗ୍ରାମ୍ୟବ୍ୟାଙ୍କର ଶାଖାରେ ଗଚ୍ଛିତ ରଖାଯାଇଛି । ହୁଣ୍ଡି ଖୋଲାଯାଇ ଗଣତି ବେଳେ ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼କା ଓ ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ଓ ପୁଲିସ ମୁତୟନ ହୋଇଥିଲେ।

   Related Posts