Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କୋରାପୁଟ ଲୋକସଭା : ଅଭିଜ୍ଞ-ନବାଗତ ଫାଇଟ୍, ରାୟଗଡା ଭୋଟର ହେବେ ନିର୍ଣ୍ଣାୟକ

4/04/2019 at 5:46 PM

କୋରାପୁଟ ୪|୪(ପରମେଶ୍ବର ସାହୁ / ପଦ୍ମନାଭ ହୋତା): କୋରାପୁଟ ଲୋକସଭା ଆସନରେ ଏଥର ହେବ ନବାଗତ ପ୍ରାର୍ଥୀ ବନାମ ଅଭିଜ୍ଞ ରାଜନେତାଙ୍କ ମଧ୍ୟରେ ଲଢେଇ।କଂଗ୍ରେସର ଗଡ ଭାବେ ଜଣାଶୁଣା ଏହି ଆସନରେ ୧୫ ଥର କଂଗ୍ରେସ ଲଗାତାର ଭାବେ ଜିତିଥିବା ବେଳେ ଗତ ୨ଟି ନିର୍ବାଚନରେ ବିଜେଡି ଏଠାରେ ବାଜିମାତ କରିଛି। ଏଥର କିନ୍ତୁ ଚିତ୍ର ବଦଳିଛି।

ବର୍ତ୍ତମାନର ସାଂସଦ ଝିନ ହିକକାଙ୍କ ପତ୍ନୀ ସରକାରୀ ଚାକିରୀ ଛାଡି ବିଜେଡି ଟିକଟରେ ପ୍ରାର୍ଥୀ ହୋଇଥିବା ବେଳେ ଆମେରିକାରୁ ସଫ୍ଟୱେୟାର ଇଂଜିନିୟର ଚାକିରୀ ଛାଡି କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକଙ୍କ ପୁଅ ସପ୍ତଗିରି ଉଲ୍ଲାକା। ଆଉ ସେପଟେ ଏଠାରୁ ୯ଥର ସାଂସଦ ହୋଇଥିବା ଗିରିଧର ଗମାଙ୍ଗ ବିଜେପିରେ ସାମିଲ ହୋଇଥିବା ବେଳେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଏଠାରୁ ବିଜେପି ଟିକଟରେ ପ୍ରାର୍ଥୀ ହୋଇଛନ୍ତି।ତେଣୁ ଏହି ୩ ପ୍ରାର୍ଥୀଙ୍କ ମଧ୍ୟରେ ଏଠାରେ ତ୍ରୀକୋଣୀୟ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳୁଛି।

କୋରାପୁଟ ଲୋକସଭା ଆସନରେ କିଏ ମାରିବ ବାଜି ।କାହା ସପକ୍ଷରେ ଯିବେ ଭୋଟର।କଂଗ୍ରେସର ଏହି ପୁରୁଣା ଗଡରେ ଗତ ୨ଟି ନିର୍ବାଚନରେ ବିଜେଡି ବାଜିମାତ କରି ଆସୁଛି।ତେଣୁ ଏହି ଆସନରୁ ହାତେଇବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ,ବିଜେଡି ଓ ବିଜେପି ପ୍ରାଣମୁର୍ଚ୍ଚା ଉଦ୍ୟମ ଜାରି ରଖିଛନ୍ତି।

ଗତ ୧୯୫୭ ମସିହା ପରଠାରୁ ଏହି ଆସନରେ ୧୭ ଥର ନିର୍ବାଚନ ହୋଇଥିବା ବେଳେ ୧୫ ଥର ଲଗାତାର ଭାବେ କଂଗ୍ରେସ ଜିତିଛି।ଗତ ୨ଟି ନିର୍ବାଚନରେ ବିଜେଡି ଅଳ୍ପ ଭୋଟ ହାରରେ ଏହି ଆସନରୁ ବିଜୟର ବାନା ଉଡାଉବାରେ ସକ୍ଷମ ହୋଇଛି।

ହେଲେ ଏଥର ନିର୍ବାଚନର ସମୀକରଣ ବଦଳିଛି।ଏହି ଆସନରୁ ୯ଥର ଜିତିଥିବା ଗିରିଧର ଗମାଙ୍ଗ ଏବେ ବିଜେପି ଶିବିରରେ।ସେହିପରି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବି ବିଜେପିରେ।ସେ ଏଠାରୁ ବିଜେପି ଟିକଟରେ ପ୍ରାର୍ଥୀ ହୋଇଛନ୍ତି।ଜୟରାମ ପାଙ୍ଗୀ ଜଣେ ଅଭିଜ୍ଞ ରାଜନେତା।ବହୁବାର ସେ ବିଧାୟକ ହୋଇଥିବା ବେଳେ କଂଗ୍ରେସ ଗଡକୁ ଭାଂଗି ପ୍ରଥମ ଥର ପାଇଁ ବିଜେଡି ଟିକଟରେ ସାଂସଦ ଏଠାରୁ ହୋଇଥିଲେ।ହେଲେ ଏଥର ଏହି ଅଭିଜ୍ଞ ରାଜନେତାଙ୍କୁ ମାତ୍ ଦେବାକୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ୨ ନବାଗତ ପ୍ରାର୍ଥୀ।

ସରକାରୀ ଚାକିରୀ ଛାଡି ପ୍ରଥମ ଥର ପାଇଁ ବିଜେଡି ଟିକଟରେ ପ୍ରାର୍ଥୀ ହୋଇଛନ୍ତି ଏବେକାର ସାଂସଦ ଝିନ ହିକକାଙ୍କ ପ୍ରାର୍ଥୀ କୌଶଲ୍ୟା ହିକକା।ସେହିପରି ଆମେରିକାରୁ ସଫ୍ଟୱେୟାର ଇଂଜିନିଅରିଂ ଛାଡି କଂଗ୍ରେସ ଟିକଟରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରି ଉଲ୍ଲାକା।ଏହି ଦୁଇ ନବାଗତ ପ୍ରାର୍ଥୀ ଅଭିଜ୍ଞ ଜୟରାମ ପାଙ୍ଗୀଙ୍କୁ ମାତ ଦେଇ ବିଜୟୀ ହେବେ ବୋଲି ଦାବୀ କରିଛନ୍ତି।

କୋରାପୁଟର ଲୋକସଭା ଆସନରେ କୋରାପୁଟ ଜିଲ୍ଲାର କୋରାପୁଟ,ଜୟପୁର,ଲକ୍ଷ୍ମୀପୁର ଓ ପଟାଙ୍ଗୀ ସମେତ ରାୟଗଡା ଜିଲ୍ଲାର ରାୟଗଡା,ବିଷମକଟକ ଓ ଗୁଣପୁର ଆସନକୁ ନେଇ ଗଠିତ।ବିଜେପିର ଦଳୀୟ ସ୍ଥିତି ଏଠାରେ ସେତେଟା ସୁଦୃଢ ନଥିଲେ ବି ଦଳ ଜୟରାମ ପାଙ୍ଗୀଙ୍କ ପରି ଅଭିଜ୍ଞ ନେତାଙ୍କୁ ବେଶୀ ଭରସା କରିଛି।

ସେହିପରି ଗିରିଧର ଗମାଙ୍ଗ ଫେକ୍ଟର ମଧ୍ୟ କାମ କରିପାରେ ବୋଲି ଦଳ ଆଶାବାଦୀ।ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ପ୍ରଚାର କରିସାରିଥିବା ବେଳେ ଆସନ୍ତା ୬ ତାରିଖ ଦିନ ବୋରିଗୁମ୍ମା ଓ ଜୟପୁର ଗସ୍ତରେ ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସେହିପରି କଂଗ୍ରେସ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଚାର କରି ସାରିଥିବା ବେଳେ ଆଗକୁ କଂଗ୍ରେସର ଷ୍ଟାର କ୍ୟାମ୍ପେନର ମାନେ ପ୍ରଚାର ମୈଦାନକୁ ଓହ୍ଲାଇ ପାରନ୍ତି।

ସେହିଭଳି ମୁଖ୍ୟମନ୍ତ୍ରୀ ବି କୋରାପୁଟ ଓ ରାୟଗଡାରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।ହେଲେ ଏହାର କୌଣସି ପ୍ରଭାବ ପଡିବ ନାହିଁ ,ଲୋକେ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ହିଁ ଭୋଟ ଦେବେ ଓ ବିଜେପି ଏଠାରୁ ଏଥର ଖାତା ଖୋଲିବ ବୋଲି କହିଛନ୍ତି ଜୟରାମ ପାଙ୍ଗୀ।

ସବୁ ଦଳଙ୍କ ଫୋକସରେ ଏହି ଲୋକସଭା ଆସନ ଥିବା ବେଳେ ନବାଗତ ପ୍ରାର୍ଥୀ ଜିତୁଛନ୍ତି ନା ଅଭିଜ୍ଞ ଜୟରାମ ନବାଗତଙ୍କୁ ମାତ ଦେବାରେ ସକ୍ଷମ ହେଉଛନ୍ତି ତାହା ତ ନିର୍ବାଚନ ପରେ ସ୍ପଷ୍ଠ ହେବ।କିନ୍ତୁ ଏକଥା ସ୍ପଷ୍ଠ ଯେ ଏହି ଆସନରେ ଏଥର ୩ ଦଳ ଭିତରେ କଡା ଟକ୍କର ହେବ ଓ ରାୟଗଡା  ଭୋଟ ନିର୍ଣ୍ନାୟକ ହେବ।

   Related Posts