ରାୟଗଡା ଏସବିଆଇ ମୁଖ୍ୟ ଶାଖା ବନ୍ଦ, ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ

Published By : Prameya-News7 Bureau | July 29, 2020 IST

ରାୟଗଡା ୨୯।୭: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ରାୟଗଡା ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାୟଗଡା ସହରର ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ବନ୍ଦ ଘୋଷଣା ହୋଇଛି । ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ନିମନ୍ତେ ନୋଟିସ୍ ଲଗାଯାଇଛି । ବ୍ୟାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।

{"id":307210,"sizeSlug":"large"}

ଏହି ବନ୍ଦ ସମୟରେ ସାଧାରଣ ଲୋକଙ୍କ ସମେତ ବ୍ୟାଙ୍କର ଅନ୍ୟ କର୍ମଚାରୀଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା ୫ ତାରିଖରେ ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ହେବ । ଫଳରେ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.