Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ରାୟଗଡାରେ ପୁଣି ମାଓ ବିରୋଧୀ ପୋଷ୍ଟର, ବିଭିନ୍ନ ମାଓ କାର୍ଯ୍ୟକଳାପ ବନ୍ଦ ପାଇଁ ଡଙ୍ଗରିଆ ବିକାଶ ମଞ୍ଚର ଆହ୍ବାନ

7/02/2020 at 10:13 AM

ମୁନିଗୁଡା ୦୭।୦୨: ରାୟଗଡାରେ ମାଓ ବିରୋଧୀ ପୋଷ୍ଟର  । ବିଷମକଟକ ଥାନା ଚାଟିକୋଣା ଗାଁ ଓ ମୁନିଗୁଡା ଥାନା ବୁର୍ଷିଖମ୍ବା ଗାଁର  ଦୁଇଟି ସ୍ଥାନରେ ଲାଗିଛି ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି  । ପୋଷ୍ଟରରେ ଡଙ୍ଗରିଆ  ବିକାଶ ମଞ୍ଚ ପକ୍ଷରୁ ଜାରି କରାଯାଇଛି ବୋଲି ଉଲ୍ଲେଖ ରହିଛି  । 

ପୋଷ୍ଟରରେ ନିୟମଗିରି  ସୁରକ୍ଷା ସମିତି ନାମରେ ନିରୀହ ଡଙ୍ଗରିଆ ଙ୍କୁ ଠକିବା ବନ୍ଦ କରିବା , ନିୟମଗିରି  ଅଞ୍ଚଳରେ  ରାସ୍ତାଘାଟ ନିର୍ମାଣ ବନ୍ଦକୁ ବିରୋଧ , ରାସ୍ତାଘାଟ କାମରେ ନିୟୋଜିତ ଠିକାଦାରଙ୍କ ଠାରୁ ଅର୍ଥ ଆଦାୟ ବନ୍ଦ , ବିକାଶ ପାଇଁ ଚେଷ୍ଟିତ ଯୁବବର୍ଗ କୁ ମାଓବାଦୀ ନାମରେ ହତ୍ୟା ଧମକ ଦେବା , ରାସ୍ତାଘାଟ କାମରେ ନିୟୋଜିତ ଥିବା ଗାଡିକୁ ପୋଡ଼ିଦେବା କାର୍ଯ୍ୟକୁ ବନ୍ଦ  ପାଇଁ ଆହ୍ୱାନ ଦେବା ସହ ନିୟମଗିରି  ଭଳି ପଛୁଆ ଅଞ୍ଚଳରେ ବିକାଶ ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସହଯୋଗ କରିବା ପାଇଁ ଉଲ୍ଲେଖ ରହିଛି ।

ବିଷମ କଟକ  ଥାନାର ଚାଟିକୋଣାର ମୁଖ୍ୟ ରାସ୍ତା ଓ ମୁନିଗୁଡା ଥାନା ବୁର୍ଷିଖମ୍ବାର ଯାତ୍ରୀ ବିଶ୍ରାମ ଗୃହ ସମେତ  ବିଭିନ୍ନ ସ୍ଥାନରେ ଏହିଭଳି ପୋଷ୍ଟର ଲାଗିଛି ।

   Related Posts