Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେରଳରେ ଫସିଛନ୍ତି ୧୫ ଦାଦନ ଶ୍ରମିକ, ଉଦ୍ଧାର କରିବାକୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ନିବେଦନ

14/05/2020 at 2:28 PM

ରାୟଗଡା ୧୪।୫: କେରଳର ଏର୍ଣ୍ଣାକୁଲମରେ ଫସିଛନ୍ତି ୧୫ ଜଣ ଶ୍ରମିକ। ସମସ୍ତେ ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ୍ ଭୁରୁକୁଡୁ ଗ୍ରାମର । ଦାଦନ ଖଟିବାକୁ ଯାଇଥିଲେ । କମ୍ପାନୀ ବନ୍ଦ ଫଳରେ ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖାଦ୍ୟ ଓ ପାନୀୟ ଘୋର ଅଭାବ ଦେଖାଦେଇଛି । ଲକ୍ ଡାଉନ୍ ଯୋଗୁଁ ନିଜ ଘରକୁ ଫେରିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି । ହାତରେ ଟଙ୍କାଟିଏ ବି ନାହିଁ । ମୋବାଇଲ ଜରିଆରେ ଘରକୁ ସେମାନଙ୍କ ସମସ୍ୟା ଜଣାଇଛନ୍ତି । ଗଣମାଧ୍ୟମ ଜରିଆରେ ସେମାନେ ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନକୁ ନିଜ ଭିଟାମାଟିକୁ ଫେରାଇ ନେବାପାଇଁ ଆକୁଳ ନିବେଦନ କରିଛନ୍ତି । ହେଲେ ସରକାରଙ୍କ ନିକଟରେ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । ଏଭଳି ପରିସ୍ଥିତିରେ ଚିନ୍ତାରେ ଅଛନ୍ତି ପରିବାରଲୋକ ।

   Related Posts