ରାୟଗଡାରେ ସାଧାରଣତନ୍ତ୍ର ଦିବସ ପାଳିତ, କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଗୃହ ରାଜ୍ୟମନ୍ତ୍ରୀ

Published By : Prameya-News7 Bureau | January 26, 2022 IST

ରାୟଗଡା ୨୬/୦୧:  ରାୟଗଡା ଠାରେ ୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ଶିଳ୍ପ ଓ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଗୃହ ରାଜ୍ୟମନ୍ତ୍ରୀ। ସ୍ବାଧୀନତା ସଂଗ୍ରାମରେ ରାୟଗଡା ଜିଲ୍ଲାର ଅବଦାନ ଅତୁଳନୀୟ ବୋଲି ସେ ପ୍ରକାଶ କରିଥିଲେ। ବିଶ୍ବର ବୃହତ ଗଣତନ୍ତ୍ର ଆମ ଦେଶ ବୋଲି କହିବା ସହ ଏହାର ବିକାଶ ଆମର ଦାୟିତ୍ୱ ବୋଲି ସେ କହିଥିଲେ। ଏହି ଅବସରରେ କୋଭିଡ ଯୋଦ୍ଧା ମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.