ଗୁଣିଗାରେଡି ସନ୍ଦେହରେ ବାପା-ମାଆ-ଝିଅଙ୍କୁ ପୋଡି ହତ୍ୟା କରିବା ଘଟଣା : ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | October 21, 2021 IST

ରାୟଗଡା, ୨୧/୧୦:  ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ କିତୁଂ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଏକ ପରିବାରର ୩ ଜଣଙ୍କୁ ହତ୍ୟା ମାମଲାରେ ଆସିଲା ରାୟ । ୨୦୧୬ ମସିହାରେ ଘଟିଥିବା ଏହି ହତ୍ୟା ଘଟଣାରେ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଓ ଦୌରାଜଜ ଅଦାଲତ ।

ଏହାପୂର୍ବରୁ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ୯ ଜଣଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲେ। ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ମାମଲାର ପୁନର୍ବିଚାର କରିବା ପାଇଁ ପ୍ରଥମେ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୁଣପୁର କୋର୍ଟ ମାମଲାଟିକୁ ରାୟଗଡା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ଏହା ହେବାପରେ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତ ଏହାର ବିଚାର କରିବା ପରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ କିତୁଂ ଗ୍ରାମର ଗୋଟିଏ ପରିବାରର ବାପା, ମାଆ ଓ ଝିଅଙ୍କୁ ଗୁଣିଗାରେଡି ସନ୍ଦେହରେ ପ୍ରଥମ ନିସ୍ତୁକ ମାଡ ମରାଯାଇଥିଲା । ପରେ ସେମାନଙ୍କୁ କୀଟନାଶକ ଇଞ୍ଜେକସନ ଦେଇଥିଲେ ଅଭିଯୁକ୍ତ। ସେମାନଙ୍କୁ  ଅଚେତ ଅବସ୍ଥାରେ ଗାତଖୋଳି ପୋତିଦେଇଥିଲେ ।  ପରେ ପୁଲିସ ହାତରେ ଧରାପଡିଯିବା ଭୟରେ ଗାତ ଭିତରୁ ବାହାର କରି କିରୋସିନ ଢାଳି ପୋଡି ଦେଇଥଲେ। ଏହି ଜଘନ୍ୟ ହତ୍ୟା ମାମଲାରେ ପୁଟାସିଂ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.