Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ରାୟଗଡାରେ ବନ୍ୟା ପରିସ୍ଥିତି ; ଅଟକି ରହିଛି ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ

21/07/2018 at 9:17 AM

ଗତକାଲି ଠାରୁ ଲଗାଣ ବର୍ଷ। ରାୟଗଡା ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡିଛି। ତୁହାକୁ ତୁହା ବର୍ଷ। ଲାଗିରହିଛି। ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାହିଁ ନଥିବା ସ୍ଥିତି ଉପୁଜିଛି। ସବୁ ପ୍ରମୁଖ ନଦୀ ଓ ଏହାର ଶାଖା ନଦୀ ଗୁଡିକରେ ଜଳସ୍ତର ବୃଦ୍ଧିପାଇ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବର୍ଷ। ଯୋଗୁଁ କଲ୍ୟାଣସିଂହପୁର ବ୍ଲକ ଶୁଳିପଦର ଗ୍ରାମରେ ଦମ୍ପତିଙ୍କ ମୃତୁୟ ଘଟିଛି। ମୃତ ଦମ୍ପତି ହଲେ ମାଧବ ଲୋୟା ଓ ଜନନୀ ଲୋୟା। ସକାଳୁ ଦାନ୍ତ ଘଷିବା ପାଇଁ ଉଭୟେ ବଷିଥିବା ବଳେ ପାଣିରେ ଭିଜି ରହିଥିବା ଦୂର୍ବଳ ମାଟିକାନ୍ଥ ପଡିଯାଇଥିଲା। ଫଳରେ ଉଭୟେ ମୃତୁୟବରଣ କରିଥିଲେ ଓ ତାଙ୍କ ପୁଅ ଆହତ ହୋଇଥିଲେ। ଆହତ ପୁଅଙ୍କୁ ଗ୍ରାମବାସୀ ଉଦ୍ଧାର କରିବାରୁ ସେ ବର୍ତି ଯାଇଛନ୍ତି । ଯଦ୍ବାରା ଶୁଳିପଦର ଗାଁରେ ଶୋକାକୂଳ ସ୍ଥିତି ନଜରକୁ ଆସିଛି। ରାୟଗଡା ଠାରୁ ଆନ୍ଧ୍ରପ୍ରଦେଶ ମୁଖ୍ୟ ରାସ୍ତାର ପିତାମହଲ ଶିଳ୍ପାଚଳ ନିକଟରେ ଏକ ବିରାଟ ଗଛ ଉପୁଡି ପଡିବାରୁ ରାସ୍ତା ବନ୍ଦ ହୋଇଯାଇଛି। ସେହିଭଳି କରେଡା ନିକଟରେ ନାଗାବଳୀ ନଦୀରେ ଜଳ ବୃଦ୍ଧିପାଇ ରାସ୍ତକୁ ମାଡିଆସିଛି। ଫଳରେ ରାୟଗଡା ବ୍ଲକର ୧୦ ଟି ପଂଚାୟତ ସମେତ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ରହିଛି। ସେହିଭଳି କୋରାପୁଟ-ରାୟଗଡା ରେଳପଥରେ ଟ୍ରେନ ଚଳାଚଳ ଠପ ହୋଇପଡିଛି। ରେଳଧାରଣା ଉପରେ ବନ୍ୟାଜଳ ପ୍ରବାହିତ ହେବା ସହିତ ରାଉଳି ଷ୍ଟେସନ ନିକଟରେ ଘଟିଛି ଭୂସ୍ଖଳନ। ଏହି ରେଳ ରୁଟର ବିଭିନ୍ନ ସ୍ଥାନରେ ରେଳ ଧାରଣରେ ପାଣି ପ୍ରବାହିତ ହେଉଛି। ଯଦ୍ୱାରା ଭାଲୁମସ୍କା ଷ୍ଟେସନରେ ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ, ଲେଲିଗୁମା ଷେରଗ୍ଧ ଋୃଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ଷସନରେ କୋରାପୁଟ-ବିଶାଖାପାଟନମ ଇଂଟରସିଟି ଏକ୍ସପ୍ରେସ ଓ ଟିକିରି ଷ୍ଟେସନରେ କୋରାପୁଟ-ବିଶାଖାପାଟନମ ପାସେର ଅଟକି ରହିଛି। ହଜାର ସଂଖ୍ୟାରେ ରେଳଯାତ୍ରୀ ଅଧା ବାଟରେ ଫସି ରହିଛନ୍ତି । ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ପରିଲିକ୍ଷିତ ହୋଇଛି। ଏଣେ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ମୁଖ୍ୟତଃ କୋଲନରା ଓ କଲ୍ୟାଣସିଂହପୁର ବ୍ଲକରେ ଦୁଇଟି ଜିଲ୍ଲାସ୍ତରୀୟ ଟିମ ନିୟୋଜିତ ଅଛନ୍ତି । ଆବଶ୍ୟକ ହଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ବର୍ତମାନ କୌଣସି ସ୍ଥାନରେ ଅଧିକ ବିପତି ନାହିଁ। ସେହିଭଳି ଖାଦ୍ୟ ପଦାର୍ଥ ମଧ୍ୟ ପ୍ରସ୍ତୁତ ରହିଛି।

   Related Posts