Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ସଡକ ଦୁର୍ଘଟଣାରେ ରାୟଗଡା ଜିଲ୍ଲା ପରିଷଦ ସଭାପତି ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ

25/12/2019 at 8:00 AM

ରାୟଗଡା ୨୫।୧୨: ସଡକ ଦୁର୍ଘଟଣାରେ  ରାୟଗଡା ଜିଲ୍ଲା ପରିଷଦ ସଭାପତି ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ହୋଇଛି ।

ପୁରୁଷୋତ୍ତମ ଗତକାଲି  ସନ୍ଧ୍ୟାରେ ରାୟଗଡାରୁ ଗୁଣପୁର ଫେରିବା ସମୟରେ ରାମନାଗୁଡା ବ୍ଲକର ତାଣ୍ଡିକଣା ଗ୍ରାମ ନିକଟରେ ଦୁର୍ଘଟଣାର ଶୀକାର ହୋଇଥିଲେ । ତାଣ୍ଡିକଣା ଛକ ଯାଏଁ ସେ ତାଙ୍କ ଇନୋଭାରେ ଆସିବା ପରେ ସେଇଠୁ ନିଜେ ଏକ ବାଇକ ଚଲାଇ ରାମନାଗୁଡା ଅଭିମୁଖେ ଯାଉଥିଲେ । ହଠାତ୍ ରାସ୍ତାରେ ଭାରସାମ୍ଯ ହରାଇ ବାଇକରୁ ରାସ୍ତାରେ ପଡିଯାଇ ଗୁରୁତର ଆହାତ ହୋଇଥିଲେ ।

ତାଙ୍କୁ ପ୍ରଥମେ ରାମନାଗୁଡା ଓ ପରେ ଗୁଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଦୁଇ କାନ ପଟରୁ ପ୍ରବଳ ରକ୍ତ ବୋହିବା ରୁ ଗୁଣପୁର ଡାକ୍ତରଖାନାରୁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଥିଲା । ସେଠାରେ  ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସମଗ୍ର ରାୟଗଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

   Related Posts