ମହିଳା କର୍ମଚାରୀଙ୍କୁ ମଧ୍ୟ କରିଥିଲେ ଯୌନ ଶୋଷଣ ,ଦୁର୍ନୀତି ଅଭିଯୋଗରେ ଡିଏଫଓଙ୍କୁ ନିଲମ୍ବନ କଲେ ସରକାର
2/11/2019 at 7:15 PM

ଭୁବନେଶ୍ବର୨|୧୧: କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଏବଂ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ପାଇଁ ଜଣେ ଡିଏଫଓଙ୍କ ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାୟଗଡା ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
ଡିଏଫଓ ଦେବାର୍ଚ୍ଚନ ବେହେରାଙ୍କ ବିରୋଧରେ ୩ଟି ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ପ୍ରଥମ ଅଭିଯୋଗ ହେଲା ସରକରୀ କୋଠା ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ବାଉଁଶ କାରବାରରେ ଦୁର୍ମୀତି ଓ ଆନିୟମିତତା ।
ସେହିଭଳି କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି । ଏଥି ସହିତ ଅନ୍ୟକେତେକ ଅଭିଯୋଗ ତଦନ୍ତ ସ୍ତରରେ ରହିଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।