ରାୟଗଡା ସହକାରୀ ଜିଲ୍ଲାପାଳଙ୍କ ଆତ୍ମହତ୍ୟା !

Published By : Prameya-News7 Bureau | March 24, 2019 IST

ରାୟଗଡା ୨୪|୩ : ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ସେ କୈାଣସି କାରଣରୁ ମାତ୍ରାଧିକ କୁଇନାଇନ୍ ବଟିକା ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ପରିବାରଲୋକ ତାଙ୍କୁ ଆଣି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି।

{"id":96309}

ସୂଚନାଯୋଗ୍ୟ ଯେ, ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ପାଣିଗ୍ରାହୀ ଗତ କିଛି ଦିନ ହେଲା ଅଫିସ କାର୍ଯ୍ୟ ଭାରରେ ଅତିଷ୍ଠ ହୋଇପଡିଥିଲେ । ତେଣୁ ସେ ଏଭଳି ପଦକ୍ଷେପ ନେଇଥିବା ତାଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମୃତ୍ୟୁ ତଥା ଆତ୍ମହତ୍ୟା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ପରିବାରଲୋକେ ଦାୟୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.