Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଗଞ୍ଜାମ ଓ ଖୋର୍ଦ୍ଧା ପରେ ରାୟଗଡାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

15/03/2020 at 9:24 PM

ଭୁବନେଶ୍ୱର, ୧୫|୦୩: କରୋନା ପାଇଁ ରାୟଗଡା ଜିଲ୍ଲାରେ ମଧ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୧୪୪  ଧାରା ଜାରି ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା। ସେହିପରି ଖୋର୍ଦ୍ଧାରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ଯାଜପୁର ଜିଲ୍ଲା ପ୍ରଶାସନ ସମସ୍ତ ସଭା ଓ ସମାବେଶ ଉପରେ କଟକଣା ଲଗାଇଛି।

କରୋନାକୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଛି। ଏହି ମାରାତ୍ମକ ଭାଇରସ ୫ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ଏବେବି ଏକ ଲକ୍ଷରୁ ଅଧିକ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଭାରତରେ ମଧ୍ୟ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ,ଜିମ୍, ଅଙ୍ଗନବାଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ପୁରୀରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀରୁ ଚିଲିକା, କୋଣାର୍କ ଓ ସାତପଡା ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିଲା। ତେବେ ରବିବାର ପୁରୀରେ ଟାଉନ ବସ ଚଳାଚଳ ବନ୍ଦ କରାଯାଇଛି। ପେଣ୍ଠକଟାରୁ ବଳିଆପଣ୍ଡା ଯାଏଁ ବସ ଚଳାଚଳ ବନ୍ଦ ହୋଇଛି। ଭିଡ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।  ସେହିପରି ନନ୍ଦନକାନନ, ଖଣ୍ଡଗିରି, ଉଦୟଗିରି ଆଦି ପର୍ଯ୍ୟଟନସ୍ଥଳୀକୁ ବନ୍ଦ ରଖାଯିବା ସହ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରେ ତାଲା ପକାଯାଇଛି।  ଏପରିକି ଗଞ୍ଜାମ ପ୍ରଶାସନ ଜିଲ୍ଲାରେ ୧୪୪ ଧାରା ଜାରି କରିଛି।

   Related Posts