ଗ୍ଲୋଇଂ ଓ ଆଟ୍ରାକ୍ଟିଭ ଫେସ୍ ଚାହୁଁଛନ୍ତି କି? ତେବେ ପ୍ରତି ଦିନ ରାତିରେ ମୁହଁରେ ଲଗାନ୍ତୁ ଘରେ ମିଳୁଥିବା ଏହି ଜିନିଷ

Published By : Prameya-News7 Bureau | May 01, 2020 IST

କ୍ଷୀର କେବଳ ସ୍ବାସ୍ଥ୍ୟ ଭଲ ହୋଇନଥାଏ ବରଂ ଏହା ଆମ ତ୍ବଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଯଦି ଆପଣ କ୍ଷୀରକୁ ରାତି ସାରା ତ୍ବଚାରେ ଲଗାଇ ରଖିବେ,ତେବେ ଆପଣଙ୍କୁ କୌଣସି ମହଙ୍ଗା କ୍ରିମ୍ କିମ୍ବା ଲୋସନର ଆବଶ୍ୟକତା ପଡ଼ିବ ନାହିଁ।

କଞ୍ଚା କ୍ଷୀର ଦିନରେ ଯେତିକି ଲାଭଦାୟକ ହୋଇନଥାଏ ରାତିରେ ତ୍ବଚାରେ ଲଗାଇବା ସେତିକି ଲାଭଦାୟକ ହୋଇଥାଏ। ଏଥିରେ ଲାକ୍ଟିକ୍ ଏସିଡ ଥାଏ ଯାହା ରାତି ସାରା ଆପଣଙ୍କ ତ୍ବଚାକୁ ରିପେୟାର କରିବାର କାମ କରିଥାଏ। ଏହା ଦ୍ବାରା ତ୍ବଚା ଉପରେ ବୟସର ପ୍ରଭାବକୁ କମ୍ କରିବାରେ ସାହାଯ୍ୟ ମିଳିଥାଏ। ଆସନ୍ତୁ ଜାଣିବା ରାତିରେ ତ୍ବଚାରେ କଞ୍ଚା କ୍ଷୀର ଲଗାଇବାର ଫାଇଦା...

କଞ୍ଚା କ୍ଷୀରରେ ଲାକ୍ଟିକ୍ ଏସିଡ ଥାଏ। କ୍ଷୀରରେ ଥିବା ଏହି ତତ୍ତ୍ବ ଆପଣଙ୍କ ତ୍ବଚାରେ ଥିବା ଡେଡ ସ୍କିନକୁ ଏକ୍ସଫୋଲିଏଟ୍ କରିବାରେ ସାହାଯ୍ୟ କରିଥାଏ। ରାତିରେ କଞ୍ଚା କ୍ଷୀର ଲଗାଇ ଶୋଇଲେ ସକାଳେ ତ୍ବଚା ସଫା ହୋଇଯାଇଥାଏ। କ୍ଷୀରରେ ଥିବା ଲାକ୍ଟିକ୍ ଏସିଡ ମାର୍କେଟରେ ମିଳୁଥିବା ସ୍କ୍ରବଠୁ ବହୁତ ଗୁଣକାରୀ।

 କଞ୍ଚା କ୍ଷୀର ଆପଣଙ୍କୁ ସୁନ୍ଦର ଚମକଦାର ତ୍ବଚା ଦେଇଥାଏ। ଏହା ତ୍ବଚାକୁ ହାଇଡ୍ରେଟ୍ କରି ସ୍କିନକୁ ଡ୍ରାଏନେସରୁ ରକ୍ଷା କରିଥାଏ। ଯଦି ଆପଣ ରାତି ସାରା ତ୍ବଚାରେ କ୍ଷୀର ଲଗାଇବେ,ତେବେ ଅନ୍ୟ ଦିନ ଆପଣଙ୍କ ତ୍ବଚାରେ ଚମକ ଆସିବ। ଏହାକୁ ଆପଣ ଫେସ୍ ମାସ୍କ ଭାବେ ମଧ୍ୟ ବ୍ୟବହାର କରି ପାରିବେ।

କଞ୍ଚା କ୍ଷୀରରେ ଅନେକ ପୋଷକ ତତ୍ତ୍ବ ରହିଥାଏ। ଏଥିରେ ଲାକ୍ଟୋଜ,ପ୍ରୋଟିନ୍,କ୍ୟାଲସିୟମ୍,ଭିଟାମିନ୍ ଏ,ବି-୧୨,ଡି ଏବଂ ଜିଙ୍କ ସାମିଲ ରହିଛି। ଶୋଇବାବେଳେ ସ୍କିନରେ ସର୍କୁଲେସନ ବଢ଼ିଯାଇଥାଏ,ଯାହା ଦ୍ବାରା କ୍ଷୀରରେ ଥିବା ସମସ୍ତ ପୋଷକ ତତ୍ତ୍ବ ଭଲ ଭାବେ ସ୍କିନରେ ମିଶିଥାଏ। ଫଳରେ ସ୍କିନ୍ ମଇଶ୍ଚରାଇଜ ହୋଇଥାଏ।

ତ୍ବଚାରେ କଞ୍ଚା କ୍ଷୀର ଲଗାଇ ଶୋଇବା ଦ୍ବାରା ତ୍ବଚା ତେଲିଆ ହୋଇନଥାଏ,ଯାହା ଦ୍ବାରା ବ୍ରଣ ସମସ୍ୟା ହୋଇନଥାଏ। ଯଦି ଆପଣ ଏଥିରେ ଅଳ୍ପ ଲୁଣ ମିଶାଇ ତ୍ବଚାରେ ଲଗାଇବେ ତେବେ ଆପଣଙ୍କ ବ୍ରଣ ସମସ୍ୟା ଦୂର ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.