Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ସଂସଦ ବାହାରେ ହାଇଡ୍ରାମା, କୃଷି ଆଇନକୁ ନେଇ ହରସିମରତ କୌର ଏବଂ ରବନୀତ ବିଟ୍ଟୁଙ୍କ ମଧ୍ୟରେ ଯୁକ୍ତିତର୍କ, ଭିଡିଓ ଭାଇରାଲ୍‌

4/08/2021 at 9:33 PM

ନୂଆଦିଲ୍ଲୀ ୪/୦୮: ନୂଆ କୃଷି ଆଇନକୁ ନେଇ ସଂସଦ ବାହାରେ ହାଇଡ୍ରାମା। କେନ୍ଦ୍ରୀୟ କୃଷି ଆଇନ୍‌ ପ୍ରସଙ୍ଗରେ ବୁଧବାର ଶିରୋମଣୀ ଅକାଳି ଦଳ ନେତ୍ରୀ ହରସିମରତ କୌର ବାଦଲ ଏବଂ କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ସଂସଦ ପରିସରରେ କୃଷି ଆଇନକୁ ବିରୋଧ କରି ପ୍ଲାକାର୍ଡ ଧରି ଛିଡ଼ା ହୋଇଥିଲେ।

ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ରବନୀତ ବିଟ୍ଟୁ ତାଙ୍କ ପାଖରେ ପହଞ୍ଚିଥିଲେ । ଏହା ପରେ ଦୁଇ ନେତା ପରଷ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଯୁକ୍ତତର୍କର ଭିଡିଓକୁ କେହି ସୋସିଆଲ ମିଡିଆ ୟୁଜର ସେୟାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଥିବା ବେଳେ କୃଷି ଆଇନ୍‌କୁ ପାରିତ କରିବାରେ ସହମିତି ଦେଇଥିବା ନେଇ ଅକାଳି ଦଳ ନେତ୍ରୀଙ୍କ ଉପରେ ସାଂସଦ ବିଟ୍ଟୁ ଅଭିଯୋଗ ଆଣୁଥିବା ଶୁଣିବାକୁ ମିଳିଛି ।

କିନ୍ତୁ ହରସିମରତ କୌର ଏହାର ପ୍ରତିବାଦ କରିଥିଲେ । କଳା ଆଇନ୍‌କୁ ରଦ୍ଦ କରିବାର ନାରା ମଧ୍ୟ ଦେଇଥିଲେ ହରସିମରତ । ଲୋକସଭାରେ ବସପା ନେତା ରିତେଶ ପାଣ୍ଡେୟ ଏବଂ କିଛି ଅନ୍ୟ ସାଂସଦ କୃଷି ଆଇନକୁ ବିରୋଧ କରି ତାଙ୍କ ସହ ଛିଡ଼ା ହୋଇଥିଲେ ।

   Related Posts