ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

Published By : Prameya-News7 Bureau | October 17, 2020 IST

ପାଟନା ୧୭।୧୦: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ହେଲିକପ୍ଟର  ପଙ୍ଖା ବିମାନ ବନ୍ଦର ବଡ଼ ତାରରେ ମାଡ ହୋଇଛି। ରୋଟର ତାରରେ ବାଜି ଭୀଷଣ ଶବ୍ଦ କରିଥିଲା। ତେବେ ଘଟଣା ବେଳେ ସେଥିରେ କେନ୍ଦ୍ରମନ୍ତ୍ରୀ ନଥିଲେ। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏୟାରପୋର୍ଟ କର୍ତ୍ତୃପକ୍ଷ ନିରବତା ଅବଲମ୍ବନ କରିଛନ୍ତି।

{"id":346307,"sizeSlug":"large"}

ରବିଶଙ୍କର ପ୍ରସାଦ ଶନିବାର ନିର୍ବାଚନ ପ୍ରଚାର ଲାଗି ବିହାର ଗସ୍ତରେ ଯାଇଛନ୍ତି। ପାଟନା ବିମାନ ବନ୍ଦରରେ ଓହ୍ଲାଇବା ପରେ କେନ୍ଦ୍ରମନ୍ତ୍ରୀ ପ୍ରଚାର କାର୍ଯ୍ୟକ୍ରମକୁ ବାହାରି ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ପାଟନା ବିମାନ ବନ୍ଦରର ଏବେ ନିର୍ମାଣ କାର୍ଯ୍ୟ ଚାଲିଛି। ଏଣୁ କିପରି ଓ କେଉଁ ପରିସ୍ଥିତିରେ ହେଲିକପ୍ଟର ରୋଟର ବାଡ ତାରରେ ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ।

wp:html /wp:html

ଘଟଣା ନେଇ ରବିଶଙ୍କର ପ୍ରସାଦଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚିତ କରାଯାଇଛି। ଏ ନେଇ ଟ୍ୱିଟ୍‌ ହ୍ୟାଣ୍ଡଲରେ ରବିଶଙ୍କର ପ୍ରସାଦ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଇଛି। ସେହିପରି ରବିଶଙ୍କର ପ୍ରସାଦଙ୍କୁ ନେଇ ଯାଇଥିବା ହେଲିକପ୍ଟର ଦୁର୍ଘଟଣା ସମ୍ପର୍କିତ ଖବରକୁ ଏଥିରେ ଅସ୍ୱୀକାର କରାଯାଇଛି। ଏଭଳି ଖବରର ସତ୍ୟାସତ୍ୟ ନଥିବା ଏଥିରେ ଉଲ୍ଲେଖ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.