Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଏହି ଭାରତୀୟ କ୍ରିକେଟରଙ୍କ ପତ୍ନୀ ରାଜନୀତିରେ କଲେ ଏଣ୍ଟ୍ରି, ଧରିଲେ ଭାଜପାର ହାତ

4/03/2019 at 12:37 PM

ନୂଆଦିଲ୍ଲୀ ୪|୩ : ଭାରତୀୟ ଦଳର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ଜାଡେଜା ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ଗୁଜୁରାଟ କୃଷି ମନ୍ତ୍ରୀ ଆରସୀ ଫାଲଦୁ ଏବଂ ସାଂସଦ ପୁନମ ମଦମଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି ରିଭା ।

ରିଭା ରାଜକୋଟର ଜଣେ କଣ୍ଟ୍ରାକ୍ଟର ଏବଂ କୋଟିପତି ବ୍ୟବସାୟୀ ହରଦେବ ସିଂହ ସୋଲାଙ୍କୀଙ୍କ ଝିଅ । ତାଙ୍କର ଦୁଇଟି ସ୍କୁଲ ଏବଂ ଗୋଟିଏ ହୋଟେଲ ମଧ୍ୟ ଅଛି । ରିଭାଙ୍କ କକା ହରିସିଂହ ସୋଲାଙ୍କୀ ଗୁଜୁରାଟ କଂଗ୍ରେସର ଜଣେ ବରିଷ୍ଠ ନେତା । ରିଭାଙ୍କ ମାଆ ପ୍ରଫୁଲ୍ଲବା ରାଜକୋଟ୍ ରେଲଓ୍ବେରେ କାମ କରୁଛନ୍ତି ।

ରିଭାଙ୍କ ତାଙ୍କ ମାଆ-ବାପାଙ୍କର ଏକମାତ୍ର ସନ୍ତାନ । ତାଙ୍କ ପରିବାର ରାଜକୋଟ କାଲାଓ୍ବଡ ରୋଡ୍ ସ୍ଥିତ ସରିତା ବିହାର ସୋସାଇଟିରେ ରୁହନ୍ତି । ରିଭା ଜଣେ ମେକାନିକାଲ ଇଞ୍ଜିନିୟର । ସେ ୟୁପିଏସସି ପାଇଁ ପ୍ରସ୍ତୁତି ମଧ୍ୟ କରିଥିଲେ ।

ରିଭା ଏବଂ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିବାହ ୧୭ ଅପ୍ରେଲ ୨୦୧୬ରେ ହୋଇଥିଲା । ଗତବର୍ଷ ରିଭା ରାସ୍ତାରେ ଜଣେ ପୋଲିସ କନେଷ୍ଟବଳଙ୍କ ସହ ହାତାହାତି ହୋଇଥିବା ଘଟଣାକୁ ନେଇ ଚର୍ଚ୍ଚାରେ ଥିଲେ ।

   Related Posts