ରଣଜୀ ଟ୍ରଫି ଫାଇନାଲରେ ଜାଡେଜା ଖେଳି ପାରିବେ ନାହିଁ, ଗାଙ୍ଗୁଲି କହିଲେ- ଦେଶ ପ୍ରଥମ

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬।୦୩- ରବିନ୍ଦ୍ର ଜାଡେଜା ରଣଜୀ ଟ୍ରଫି ଫାଇନାଲରେ ସୌରାଷ୍ଟ୍ର ଦଳ ପାଇଁ ଖେଳି ପାରିବେ ନାହିଁ। ସୂଚନା ଅନୁଯାୟୀ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଜାଡେଜାଙ୍କୁ ରାଜକୋଟରେ ମାର୍ଚ୍ଚ ୯ରେ ପଶ୍ଚିମବଙ୍ଗ ବିପକ୍ଷରେ ହେବାକୁ  ଥିବା ଫାଇନାଲ ମ୍ୟାଚରେ ଖେଳିବାକୁ ବିସିସିଆଇ ଅନୁମତି ମାଗିଥିଲା ମାତ୍ର ବୋର୍ଡ ସଭାପତି ସୌରଭ ଗାଙ୍ଗଲି ଏହାକୁ ଅସ୍ଵୀକାର କରି ଦେଇଛନ୍ତି।

ଏସସିଏ ସଭାପତି ଜୟଦେବ ଶାହା  କହିଛନ୍ତି ଯେ, ସେ ଗାଙ୍ଗୁଲିଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ, ମାତ୍ର ଦେଶ ପ୍ରଥମେ କଥା କହି ଗାଙ୍ଗୁଲି ଏହାକୁ ଅସ୍ଵୀକାର କରିଥିଲେ। ଉଲ୍ଲେଖଯୋଗ୍ୟ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୨ରେ ଧର୍ମଶାଳାରେ ଖେଳାଯିବ।

{"id":234042,"sizeSlug":"large"}

ଶାହା କହିଛନ୍ତି ଗାଙ୍ଗୁଲି କହିଲେ ଯେ, ଜାଡେଜାଙ୍କୁ ରଣଜୀ ଟ୍ରଫି ଖେଳିବାକୁ ଅନୁମତି ଦିଆଯାଇ ପାରିବ ନାହିଁ କାରଣ ଦେଶ ପ୍ରଥମେ। ଶାହା କହିଛନ୍ତି ମୋର ପରାମର୍ଶ ଏହା ଯେ, ଯଦି ଆପଣଙ୍କର ବଡ ଘରୋଇ ଟୂର୍ଣ୍ଣାମେଣ୍ଟକୁ ଦର୍ଶକ ଦେଖିବାକୁ ଆସନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ରଣଜୀ ଟ୍ରଫି ଫାଇନାଲ ସମୟରେ କୌଣସି ଅନ୍ତରାଷ୍ଟ୍ରୀୟ ମୁକାବିଲା ରଖାଯିବା ଉଚିତ୍ ନୁହଁ

ସେ ପ୍ରଶ୍ନ କରିଛନ୍ତି ଯେ, କଣ ବିସିସିଆଇ ଆଇପିଏଲ ସମୟରେ କୌଣସି ଅନ୍ତରାଷ୍ଟ୍ରୀୟ ମୁକାବିଲା ଆୟୋଜନ କରିବ ? କଦାପି ନୁହଁ କାରଣ ଏଥିରୁ ଅର୍ଥ ଆସୁଛି। ରଣଜୀ ଟ୍ରଫି ତେବେ ଯାଇ ଲୋକ ପ୍ରିୟ ହୋଇ ପାରିବ ଯେବେ ତାରକା ଖେଳାଳି ଏଥିରେ ସାମିଲ ହେବେ। ଅତି କମରେ ଫାଇନାଲ ମ୍ୟାଚରେ ତ ତାରକା ଖେଳାଳିଙ୍କୁ ଖେଳିବାକୁ ଦିଆଯିବା ଉଚିତ୍। ଏହା ସହିତ ଫାଇନାଲ ସମୟରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଆୟୋଜନ ହେବା ଉଚିତ୍ ନୁହଁ। ରଣଜୀ ଫାଇନାଲ ଲାଗି ପୂରା ସମୟ ଦେବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.