ଟି-୨୦ ବିଶ୍ବକପରେ କିଏ ହେବେ ଟିମ୍ ଇଣ୍ଡିଆର ବେଷ୍ଟ ଫିନିସର? ଜାଣନ୍ତୁ କଣ କହିଲେ ଏହି ମହାନ କ୍ରିକେଟର…

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଭାରତ । ଅକ୍ଟୋବର ୨୪ ତାରିଖ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଦମଦାର ଲଢେଇ ଦେଖିବାକୁ ମିଳିବ । ସାରା ବିଶ୍ବର ନଜର ଏବେ ଏହି ମ୍ୟାଚ ଉପରେ ରହିଛି । ଭାରତର ଚିରାଚରିତ ପ୍ରତିଦ୍ବନ୍ଦୀ ପାକିସ୍ତାନ କଡା ଟକ୍କର ଦେବାକୁ ତୟାର ହେଉଛି । କିନ୍ତୁ ବଡ କଥା ହେଉଛି ଦଳ ମଧ୍ୟରେ ସମନ୍ବୟ ଅଭାବରୁ ଭାରତ ବିରୁଦ୍ଧରେ ପ୍ରଦର୍ଶନ ଖରାପ ହେଉଛି । ଭାରତ ଏବଂ ପାକିସ୍ତାନ ମୋଟ ୫ ଥର ସାମ୍ନାସାମ୍ନୀ ହୋଇଥିଲେ ସୁଦ୍ଧା ପ୍ରତିଥର ଭାରତ ବିଜୟୀ ହୋଇଛି ।

ଏବେ ୨୦୦୭ ମସିହା​‌ରେ ଟି-୨୦ ବିଶ୍ବ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ରବିନ ଉଥପ୍ପା ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ‘ରବୀନ୍ଦ୍ର ଜାଡେଜା ବର୍ତ୍ତମାନ ଭାରତୀୟ ଦଳର ଶ୍ରେଷ୍ଠ ଫିନିସର୍‌ ଏବଂ ଚଳିତ ବିଶ୍ବକପରେ ବିରାଟ କୋହଲିଙ୍କ ନେତୃତ୍ବରେ ଜାଡେଜା ହିଁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।’

ଉଥପ୍ପା କହିଛନ୍ତି, ରବୀନ୍ଦ୍ର ଜାଡେଜା ବର୍ତ୍ତମାନ ଭାରତୀୟ ଦଳରେ ସର୍ବଶ୍ରେଷ୍ଠ ଫିନିସର । ସେ ତାଙ୍କ ଖେଳକୁ ବେଶ ସୁଧାରିଛନ୍ତି ଏବଂ ଏବେ ଖୁବ ଭଲ ପ୍ରଦର୍ଶନ କରୁଛନ୍ତି । ଜାଡେଜା ଯେଉଁ ଆତ୍ମବିଶ୍ବାଃସ ସହ ଖେଳୁଛନ୍ତି ଏବଂ ଖେଳକୁ ଶେଷ କରୁଛନ୍ତି ତାହା ପ୍ରଶଂସନୀୟ । ଏହା ବାଦ୍ ଜାଡେଜା ବିଶ୍ବର ସର୍ବଶ୍ରେଷ୍ଠ ଫିଲଡର୍ ଏବଂ ସ୍ପିନର ଭାବେ ଆକ୍ରମଣାତ୍ମକ ବୋଲିଂ ମଧ୍ୟ କରନ୍ତି ।

ରବୀନ ଉଥପ୍ପା ହେଉଛନ୍ତି ଆଇପିଏଲ ଟ୍ରଫି ଚେନ୍ନାଇ ସିପର କିଙ୍ଗସର ସଦସ୍ୟ । ଜାଡେଜା ମଧ୍ୟ ସେହି ଦଳର ତେଣୁ ଜାଡୁଙ୍କୁ ଖୁବ ନିକଟରୁ ଦେଖିଛନ୍ତି ଉଥପ୍ପା । ଏହା ସହିତ ଦଳର ବରିଷ୍ଠ ସଦସ୍ୟ ହୋଇଥିବାରୁ ଅନୁଭବ ମଧ୍ୟ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.