ଟିମ୍ ଇଣ୍ଡିଆର ବିଜୟ ପାଇଁ ଧୋନୀଙ୍କୁ ଶ୍ରେୟ ଦେଲେ ଜାଡେଜା, କହିଲେ...

Published By : Prameya-News7 Bureau | December 03, 2020 IST

କାନବେରା,୦୩/୧୨:  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ ଶେଷ ହୋଇଛି । ଏହି ସିରିଜରେ ବିରାଟ ବାହିନୀ ୨-୧ରେ ପରାସ୍ତ ହୋଇଛି । ସିରିଜର ଶେଷ ମ୍ୟାଚ୍ କାନବେରାରେ ଖେଳାଯାଇଥିଲା । ଯେଉଁଥିରେ ଭାରତ ୧୩ ରନରେ ବିଜୟଲାଭ କରିଥିଲା । ମ୍ୟାଚରେ ରବିନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ମିଳିତ ଭାବେ ୬ ଓ୍ୱିକେଟରେ ୧୫୦ ରନ୍‌ର ପାର୍ଟନରସିପ୍ କରିଥିଲେ । ଫଳରେ ଭାରତ ୩୦୨ ରନ୍ କରିପାରିଥିଲା । ଏହାପରେ ଭାରତୀୟ ବୋଲର ଅଷ୍ଟ୍ରେଲିଆକୁ ୨୮୯ରେ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ମ୍ୟାଚ୍ ପରେ କିପରି ମହେନ୍ଦ୍ର ସିଂ ଧୋନୀଙ୍କ ପରାମର୍ଶରେ ଦିନିକିଆ କ୍ରିକେଟରେ ସେ ଭଲ ବ୍ୟାଟିଂ କରୁଛନ୍ତି ତାହା ଜାଡେଜା କହିଛନ୍ତି ।

ମ୍ୟାଚରେ ଭାରତ ୧୫୨ ରନରେ ୫ଟି ଓ୍ୱିକେଟ୍ ହରାଇ ସଙ୍କଟରେ ପଡି ଯାଇଥିଲା । କିନ୍ତୁ ପାଣ୍ଡ୍ୟା ଓ ଜାଡେଜା ମୋର୍ଚ୍ଚା ସମ୍ଭାଳିଥିଲେ । ଫଳରେ ଦଳ ୩୦୦ ରନ୍ ଟପିଥିଲା । ଜାଡେଜା ୫୦ବଲରୁ ୬୬ ରନ୍ ଓ ପାଣ୍ଡ୍ୟା ୭୬ ବଲରୁ ୯୨ ରନ୍ କରିଥିଲେ ।

{"id":371685,"sizeSlug":"large"}

ତୃତୀୟ ଦିନିକିଆରେ ଭାରତ ଜିତିବା ପରେ ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ୱାଗ ଜାଡେଜାଙ୍କୁ ଧୋନୀଙ୍କ ଭଳି ବ୍ୟାଟିଂ କରୁଛନ୍ତି କି ବୋଲି ପଚାରିଥିଲେ । ସେ କହିଥିଲେ ଯେ, ନିଶ୍ଚିତ ଭାବେ । ଧୋନୀ ଦୀର୍ଘ ଦିନ ଧରି ଭାରତ ଓ ସିଏସକେର ଅଧିନାୟକ ରହିଛନ୍ତି । ଆପଣ କୌଣସି ବ୍ୟାଟସମ୍ୟାନ୍ ସହ ସେଟ୍ ହୋଇଗଲେ ରନ୍ କରିପାରିବେ । ବଡ ସଟ୍ ମଧ୍ୟ ଖେଳିପାରିବେ ।

ଧୋନୀଙ୍କ ନେତୃତ୍ୱରେ ଜାଡେଜା ଟିମ୍ ଇଣ୍ଡିଆ ବ୍ୟତୀତ ଆଇପିଏଲରେ ମଧ୍ୟ ଖେଳନ୍ତି । ଧୋନୀଙ୍କ ପରାମର୍ଶରେ କିପରି ସେ ଲିମିଟେଡ୍ ଓଭରରେ ଭଲ ଖେଳୁଛନ୍ତି ତାହା ମଧ୍ୟ କହିଥିଲେ । ସେ ଆହୁରି କହିଥିଲେ ଯେ, କଠିନ ପରିସ୍ଥିତିରେ କିପରି ବ୍ୟାଟିଂ କରିହେବ ତାହା ଧୋନୀ ଶିଖାଇଛନ୍ତି । ଶେଷ ୪, ୫ ଓଭରରେ ଅଧିକ ରନ୍ କଲେ ମ୍ୟାଚକୁ ଶେଷ ଯାଏଁ ନେଇହେବ ବୋଲି ଧୋନୀ ତାଙ୍କୁ ପରାମର୍ଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.