ଜାଡେଜାଙ୍କ ଦମଦାର୍ ଫିଲ୍ଡିଂ, 'ରକେଟ୍ ଥ୍ରୋ'ରେ ରାହୁଲଙ୍କୁ ଦେଖାଇଲେ ପ୍ୟାଭିଲିୟନର ରାସ୍ତା

Published By : Prameya-News7 Bureau | April 17, 2021 IST

ଚେନ୍ନାଇ,୧୭/୦୪: ରବୀନ୍ଦ୍ର ଜାଡେଜା ବିଶ୍ୱର ଜଣେ ଶ୍ରେଷ୍ଠ ଫିଲଡର୍ ଭାବେ ପରିଚିତ । ଆଇପିଏଲର ଅଷ୍ଟମ ମୁକାବିଲାରେ ପଞ୍ଜାବ କିଙ୍ଗସ୍ ବିପକ୍ଷ ମୁକାବିଲାରେ ସେ ଏହା ପୁଣି ପ୍ରମାଣିତ କରିଛନ୍ତି । ଜାଡେଜା ପଞ୍ଜାବ ଅଧିନାୟକ କେଏଲ ରାହୁଲଙ୍କୁ ଡାଇରେକ୍ଟ ଥ୍ରୋ କରି ରନ୍ ଆଉଟ୍ କରିଛନ୍ତି । ଏହାପରେ ସେ କ୍ରିସ ଗେଲଙ୍କ ଆକର୍ଷଣୀୟ କ୍ୟାଚ୍ ନେଇଥିଲେ ।

ମ୍ୟାଚର ତୃତୀୟ ଓଭରରେ ଚେନ୍ନାଇ ତରଫରୁ ବୋଲିଂ କରୁଥିଲେ ଦୀପକ ଚହର । ଓଭରର ପଞ୍ଚମ ବଲରେ କ୍ରିସ ଗେଲ୍ ବ୍ୟାକଓ୍ୱାର୍ଡ ପଏଣ୍ଟ ଆଡେ ଖେଳି ଏକ ରନ୍ ନେବାକୁ ଚେଷ୍ଟା କରିଥିଲେ । ଫିଲ୍ଡିଂ କରୁଥିବା ଜାଡେଜା ବାମହାତରେ ବଲକୁ ଧରି ଷ୍ଟମ୍ପକୁ ଥ୍ରୋ କରିଥିଲେ । କେଏଲ ରାହୁଲ କ୍ରିଜରେ ପହଁଚି ପାରିନଥିଲେ ଏବଂ ୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

wp:html /wp:html

ଏହାପରେ ପଞ୍ଚମ ଓଭରର ଦ୍ୱିତୀୟ ବଲରେ ଗେଲ୍ ଏକ ଦମଦାର୍ କ୍ୟାଚ୍ ନେଇଥିଲେ । ଦୀପକ ଚହରଙ୍କ ବଲରେ ସେ ଡ୍ରାଇଭ୍ କରି କ୍ୟାଚ୍ ଧରିଥିଲେ । ଫଳରେ କ୍ରିସ ଗେଲଙ୍କୁ ପ୍ୟାଭିଲିୟନ ଯିବାକୁ ପଡିଥିଲା ।

ଏହି ଇନିଂସରେ ଜାଡେଜା ଆଉ ଏକ କ୍ୟାଚ୍ ନେଇଥିଲେ । ଶେଷ ଓଭରରେ ସେ ସାମ୍ କୁରେନଙ୍କ ପ୍ରଥମ ବଲରେ ଶାହରୁଖ ଖାନଙ୍କ କ୍ୟାଚ୍ ଧରିଥିଲେ । ଶାହରୁଖ ୩୬ ବଲରୁ ୪୭ ରନ୍ କରି ଆଉଟ୍ ହୋଇଥିଲେ । ଫଳରେ ପଞ୍ଜାବ ୨୦ ଓଭରରେ ୧୦୬ ରନ୍ କରିପାରିଥିଲା । ଜବାବରେ ଚେନ୍ନାଇ ୧୫.୪ ଓଭରରେ ୪ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.