Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ସର୍ଜରୀ ପରେ ପଡିଆକୁ ଫେରିଲେ ଷ୍ଟାର ଅଲରାଉଣ୍ଡର, ଖେଳି ପାରନ୍ତି ଦିନିକିଆ ସିରିଜ୍

2/03/2021 at 9:14 PM

ନୂଆଦିଲ୍ଲୀ ୦୨।୦୩: ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପଡିଆକୁ ପ୍ରତ୍ୟାବର୍ତ୍ତନ ଘଟିଛି। ଏ ନେଇ  ଜାଡେଜା ମଙ୍ଗଳବାର ନିଜର ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ ସେ ଦୌଡୁଥିବା ଦେଖିବାକୁ ମିଳିଛି। ଜାଡେଜ ଲେଖିଛନ୍ତି ଯେ, ସର୍ଜରୀ ପରେ ପଡିଆରେ ଏହା ମୋର ପ୍ରଥମ ଦିନ। ଅଷ୍ଟ୍ରେଲିଆ ଗସ୍ତରେ ମିଚେଲ ଷ୍ଟାର୍କଙ୍କ ବଲ୍‌ରେ  ବାଜିବାରୁ ଜାଡେଜାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଏହା ପରେ ସେ ସର୍ଜରୀ କରିଥିଲେ। ଅଷ୍ଟ୍ରେଲିଆ ଅଧା ଗସ୍ତରୁ ସ୍ଵଦେଶ ଫେରିଥିଲେ।

ଆହତଜନିତ କାରଣରୁ ଜାଡେଜା ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରୁ ମଧ୍ୟ ବଞ୍ଚିତ ହୋଇଥିଲେ। ତାଙ୍କୁ ଟି-୨୦ ଦଳରେ ମଧ୍ୟ ସାମିଲ କରାଯାଇ ନାହିଁ। ଟି-୨୦ ପରେ ମାର୍ଚ୍ଚ ୨୩ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ଉକ୍ତ ସିରିଜ୍‌ରୁ ଜାଡେଜା ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପ୍ରତ୍ୟାବର୍ତ୍ତନ କରି ପାରନ୍ତି।

ତେବେ ଏହା ପୂର୍ବରୁ ତାଙ୍କୁ ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ଗତ ଦିନରେ ଜାଡେଜା ଇଣ୍ଟରନ୍ୟାସନାଲ କ୍ୟାରିୟରେ ୧୨ ବର୍ଷ ପୂରଣ କରିଛନ୍ତି। ୨୦୦୯ ଫେବୃଆରୀ ୮ରେ ସେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରୁ କ୍ୟାରିୟର ଆରମ୍ଭ କରିଥିଲେ। ଜାଡେଜା ଭାରତ ପକ୍ଷରୁ ଅଦ୍ୟାବଧି ୫୧ ଟେଷ୍ଟ, ୧୬୮ ଦିନିକିଆ ଓ ୫୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

   Related Posts