Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୯୬୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ଡିସଚାର୍ଜ
  • ||
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ମାସ୍କ ପିନ୍ଧିବା ନେଇ ମହିଳା କନଷ୍ଟେବଲଙ୍କ ସହ ଝଗଡା କଲେ ଜାଡେଜା, ହସ୍ପିଟାଲରେ ଭର୍ତ୍ତି ପୋଲିସକର୍ମୀ !

11/08/2020 at 4:15 PM

ରାଜକୋଟ୍ ୧୧।୦୮: କ୍ରିକେଟ୍‌ର ଆଉ କିଛି ଦିନ ପରେ ଆଇପିଏଲ ପାଇଁ ୟୁଏଇ ଯାତ୍ରା କରିବେ। ହେଲେ ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ତଥା ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବଡ ବିବାଦରେ ଫସିଛନ୍ତି। ଜାଡେଜା ଓ ତାଙ୍କ ପତ୍ନୀ ରିଓ୍ଵାବଙ୍କ ବିରୋଧରେ ଜଣେ ମହିଳା କନଷ୍ଟେବଲଙ୍କ ସହିତ ଦୁର୍ବ୍ୟହାର କରିଥିବା ଅଭିଯୋଗ ହୋଇଛି। ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ ମହିଳା ପୋଲିସକର୍ମୀ ଜାଡେଜା ଓ ତାଙ୍କ ପତ୍ନୀଙ୍କୁ ମାସ୍କ ପିନ୍ଧି ନଥିବାରୁ ଅଟକାଇ ଥିଲେ ଏବଂ ଜୋରିମାନା ଦେବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଖବର ଅନୁଯାୟୀ ମହିଳା ପୋଲିସ ଷ୍ଟେସନରେ କାର୍ଯ୍ୟରତ ହେଡ କନଷ୍ଟେବଲ ସୋନଲ ଗୋସାଇ ଗତ ରାତି ପ୍ରାୟ ୯ଟାରେ ରାଜକୋଟରେ କିସନପାଡା ଛକରେ କାରରେ ଯାଉଥିବା ଜାଡେଜା ଓ ତାଙ୍କ ପତ୍ନୀଙ୍କୁ ଅଟକାଇଥିଲେ। ସେ ଏହି ଭାରତୀୟ କ୍ରିକେଟରଙ୍କୁ ମାସ୍କ ନପିନ୍ଧିବା କାରଣରୁ ଜୋରିମାନା ଭରିବାକୁ କହିଥିଲେ ଏବଂ ଲାଇସେନ୍ସ ମଧ୍ୟ ମାଗିଥିଲେ। ସୂତ୍ର ଅନୁଯାୟୀ ଜାଡେଜା ପୋଲିସଙ୍କୁ କହିଛନ୍ତି ଯେ ମହିଳା ପୋଲିସକର୍ମୀ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଅପରପକ୍ଷେ ଦୁଶ୍ଚିନ୍ତା କାରଣରୁ କନଷ୍ଟେବଲ ଗୋସାଇଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ବିଷୟରେ ଡେପୁଟୀ କମିଶନର ମନୋହର ସିଂହ କହିଛନ୍ତି ଜାଡେଜା ଓ କନଷ୍ଟେବଲ ଉଭୟ ପରସ୍ପରଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି। ହେଲେ ଆନୁଷ୍ଠାନିକ ଭାବେ ଉଭୟ ପକ୍ଷ ଏଫଆଇଆର ରୁଜୁ କରି ନାହାନ୍ତି। ସେ କହିଛନ୍ତି ଯେତିକି ସୂଚନା ମିଳିଛି ଜାଡେଜା ମାସ୍କ ପିନ୍ଧିଥିଲେ। ହେଲେ ତାଙ୍କ ପତ୍ନୀ ମାସ୍କ ପିନ୍ଧିଥିଲେ କି ନାହିଁ ତାହା ଜଣା ପଡିନି।

ଉଲ୍ଲେଖନୀୟ ଚେନ୍ନାଇ ସୁପରକିଙ୍ଗ୍ସ ବାକି ଖେଳାଳିଙ୍କ ସହିତ ଜାଡେଜାଙ୍କୁ ମଧ୍ୟ ଅଗଷ୍ଟ ୧୪ ସୁଦ୍ଧା ଚେନ୍ନାଇ ଆସିବାକୁ କୁହାଯାଇଛି। ଆଶା କରାଯାଉଛି ଜାଡେଜା ଶୁକ୍ରବାର ଚେନ୍ନାଇ ଅଭିମୁଖେ ଯାତ୍ରା କରି ପାରନ୍ତି। ଏହାପରେ ଦଳ ଅଗଷ୍ଟ ୨୨ରେ ଚାର୍ଟର୍ଡ ବିମାନରେ ୟୁଏଇ ଅଭିମୁଖେ ଯାତ୍ରା କରିବେ।

   Related Posts