ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ ୧୮/୫ : ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗ୍ରାଉଣ୍ଡ ବାହାରେ ଖେଳାଳିଙ୍କ ସହ ବହୁତ ମଜା କରୁଥିବା ନଜିର ରହିଛି । CSK ତରଫରୁ ଏକ ଭିଡିଓ ସେୟାର ହୋଇଛି, ଯାହା ଏବେ ଭାଇରାଲ ହେଉଛି । ଧୋନି ଏହି ଭିଡିଓରେ ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ତଲଓ୍ୱାରବାଜୀ ଅନୁକରଣ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଧୋନିଙ୍କ ସହ ରବିନ୍ ଉଥାପ୍ପା ମଧ୍ୟ ବସିଥିବାର ନଜର ଆସିଛନ୍ତି ।

wp:html
/wp:html

ବାସ୍ତବରେ ଏହି ଭିଡିଓ IPL ୨୦୨୧ର ଅଭ୍ୟାସ ସମୟର ଭିଡିଓ ଅଟେ । ଚଳିତ IPLରେ କୋଭିଡ ଗ୍ରହଣ ଲାଗିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖେଳକୁ ସ୍ଥଗିତ ରଖାଯାଇଛି । ତେବେ ସେୟାର ହୋଇଥିବା ଏହି ଭିଡିଓ ବେଶ୍ ଭାଇରଲ ହୋଇଛି । ତେବେ ଏହି ଭିଡିଓ ଦେଖିବା ପରେ ରବୀନ୍ଦ୍ର ଜାଡେଜା ବି ମନ୍ତବ୍ୟ ଦେଇଛନ୍ତି । CSK ର ଏହି ଭିଡିଓ ଉପରେ ଜଦ୍ଦୁ ଲେଖିଛନ୍ତି ଯେ ଏହା ବ୍ୟାଟ୍ ସହିତ ଏକ ଚେଷ୍ଟା ହେବା ଉଚିତ୍ ।

wp:gallery {"ids":[453959],"linkTo":"none"} /wp:gallery

ପ୍ରକୃତ କଥା ହେଉଛି କି, ଯେତେବେଳେ ବି ଅନ୍ତର୍ଜାତୀୟ କ୍ରିକେଟ୍ କିମ୍ବା ଆଇପିଏଲ୍ ମ୍ୟାଚ୍ ରେ ରବୀନ୍ଦ୍ର ଜାଡେଜା ସେଞ୍ଚୁରୀ କିମ୍ୱା ହାଫ୍ ସେଞ୍ଚୁରୀ ହାସଲ କରନ୍ତି । ସେତେବେଳେ ସେ ବ୍ୟାଟ୍ ତଲଓ୍ୱାର ବାଜି କରିଥିବା ନଜିର ରହିଛି । ଏମିତି କରି ସେ ନିଜେ ସେଲିବ୍ରେସନ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.