ଚର୍ଚ୍ଚାରେ ରବିନ୍ଦ୍ର ଜାଡେଜାଙ୍କ କ୍ୟାଚ୍, ଜାଣନ୍ତୁ ମ୍ୟାଚ୍ ପରେ କହିଲେ କ'ଣ?

Published By : Prameya-News7 Bureau | March 01, 2020 IST

କ୍ରାଇଷ୍ଟ ଚର୍ଚ୍ଚ ୧।୩: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ଚମତ୍କାର କ୍ୟାଚ୍ ନେଇଛନ୍ତି। ମହମ୍ମଦ ଶାମୀଙ୍କ ବଲରେ ନିଲ ୱେଗ୍ନରଙ୍କ ସଟ୍‌କୁ ଗୋଟିଏ ହାତରେ ଧରି ନେଇଥିଲେ ଜାଡେଜା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗି। ତେବେ ଜାଡେଜା ନେଇଥିବା କ୍ୟାଚ୍ ସମ୍ପର୍କରେ ସେ କିଛି ବି ଜାଣନ୍ତି ନାହିଁ ବୋଲି ଏବେ କହିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

{"id":231418,"sizeSlug":"large"}

କ୍ରାଇଷ୍ଟ ଚର୍ଚ୍ଚରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଭାରତ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନାହିଁ। ତେବେ ମ୍ୟାଚ୍‌ର ରବିବାର ଦ୍ୱିତୀୟ ଦିନ ଭାରତୀୟ ବୋଲରମାନେ ନ୍ୟୁଜିଲ୍ୟାଣ୍ଡକୁ ୨୩୫ ରନ୍‌ରେ ଅଟକାଇ ଦେଇଛନ୍ତି। ଏଥିରେ ରବିନ୍ଦ୍ର ଜାଡେଜାଙ୍କ କ୍ୟାଚ୍‌ ସମସ୍ତଙ୍କ ମନ ଜିଣିଛି। ଏହି ମ୍ୟାଚ୍‌ରେ ଶାମୀ ଶର୍ବାଧିକ ୪ଟି ୱିକେଟ୍ ପାଇଥିବା ବେଳେ ବୁମରାହ ୩ଟି ୱିକେଟ୍ ଉଠାଇ ନେଇଛନ୍ତି।

wp:html /wp:html

ତେବେ ୱେଗ୍ନରଙ୍କୁ ଜାଡେଜା କ୍ୟାଚ୍ ଆଉଟ୍ କରିବା ସହ ନ୍ୟୁଜିଲ୍ୟାଣ୍ଡର ନବମ ୱିକେଟ୍ ହାସଲ କରିଥିଲା ଭାରତ। ଫିଲ୍ଡିଂ କରିବା ବେଳେ ଜାଡେଜା ଭାବୁଥିଲେ ହୁଏତ ୱେଗ୍ନର ଡିପ୍ ସ୍କୋୟାର ଲେଗ ଆଡକୁ ସଟ୍ ଖେଳିବେ। ହେଲେ ବଲ୍ ଏତେ ଶୀଘ୍ର ତାଙ୍କଆଡକୁ ଛୁଟି ଆସିଥିଲା ଯେ ସେ କିଛି ବି ବୁଝିପାରିନଥିଲେ। ଯେମିତି ବଲ ଆଡକୁ ଲମ୍ପ ପ୍ରଦାନ କରିଥିଲେ ସେମିତି ବଲଟି ତାଙ୍କ ହାତରେ ଫଶିଯାଇଥିଲା ବୋଲି କହିଛନ୍ତି ଜାଡେଜା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.