ରବି ଚନ୍ଦ୍ରନ ଅଶ୍ବିନ ଦେଲେ ପ୍ରତିକ୍ରିୟା, କହିଲେ ଏହି ଭାରତୀୟ ଅଧିନାୟକଙ୍କ ଦକ୍ଷତା ବିରାଟଙ୍କ ପାଖରେ ନାହିଁ

Published By : Prameya-News7 Bureau | July 24, 2019 IST

ନୂଆଦିଲ୍ଲୀ୨୪|୭: ୨୦୧୯ ବିଶ୍ବକପ ପରେ ଭାରତୀୟ ଟିମର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ଭାରତୀୟ ଟିମର ପ୍ରଶାସନିକ ଅଧିକାରୀ ଓ ଟିମ ଇଣ୍ଡିଆର ପୂର୍ବତନ  କ୍ରିକେଟରମାନେ ବିରାଟଙ୍କ ନେତୃତ୍ବକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି।

ବିରାଟ କୋହଲିଙ୍କ ବଦଳ​‌ରେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରିବା ପାଇଁ ପୂର୍ବତନ କ୍ରିକେଟରମାନେ ବିସିସିଆଇକୁ ପରାମର୍ଶ ଦେଇଥିଲେ। ବିରାଟଙ୍କ ଅଧିନାୟକତ୍ବ ଉପରେ ଭାରତୀୟ ଖେଳାଳୀ ରବି ଚନ୍ଦ୍ରନ ଅଶ୍ବିନ ପ୍ରତିକ୍ରିୟା ରଖିଛନ୍ତି। ସୂଚନାଯୋଗ୍ୟ ଯେ, ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ସମୟରେ ରବି ଚନ୍ଦ୍ରନ ଅଶ୍ବିନ କହିଛନ୍ତି, ଧୋନୀ ସମସ୍ତଙ୍କଠାରୁ ଉଚ୍ଚମାନର ଅଧିନାୟକ ତେଣୁ ତାଙ୍କ ସହ ଆଉ କାହାକୁ ତୁଳନା କରିବା ଉଚିତ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି, ସାଥୀ ଖେଳାଳିଙ୍କୁ ପଡ଼ିଆରେ ମାର୍ଗଦର୍ଶକ ଭାବେ ସେ ଗାଇଡ୍ କରିଥାନ୍ତି। ଏହି କ୍ଷମତା କେବଳ ଧୋନୀଙ୍କ ପାଖରେ ରହିଛି। ସେହିପରି ବିରାଟଙ୍କୁ ଅଧିନାୟକତ୍ବ ନେଇ କହିଥିଲେ, ବିରାଟ ଟିକେ ଆଗ୍ରେସିଭ ମାଇଣ୍ଡ  ତେଣୁ ବିରାଟଙ୍କୁ ଧୋନୀଙ୍କ ସହ ତୁଳନା କରିବା ଠିକ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.