ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ବିନ, ଚତୁର୍ଥ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ହାସଲ କଲେ ଏହି ରେକର୍ଡ୍
25/02/2021 at 6:40 PM

ଅହମ୍ମଦାବାଦ ୨୫/୦୨ : ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଟେଷ୍ଟ କ୍ରିକେଟ୍ରେ ଆଉ ଏକ ମାଇଲଖୁଣ୍ଟ ଛିଡା କରିଛନ୍ତି । ଟେଷ୍ଟ କ୍ରିକେଟ୍ରେ ମାତ୍ର ୭୭ ମ୍ୟାଚ୍ ଖେଳି ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ୪୦୦ ଓ୍ବିକେଟ୍ ପୁରଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଭାରତ ପକ୍ଷରୁ ଦ୍ରୁତ ୪ଶହ ଟେଷ୍ଟ ଓ୍ବିକେଟ୍ ହାସଲ କରିବାର ରେକର୍ଡ କରିଛନ୍ତି ରବିଚନ୍ଦ୍ରନ ଅଶ୍ବିନ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍ର ତୃତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ଏହି କୃତିତ୍ବ ହାସଲ କରିଛନ୍ତି ଅଶ୍ବିନ ।
ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ୍ କରିବା ପରେ ୪୦୦ ଓ୍ବିକେଟ୍ କ୍ଲବ୍ରେ ସାମିଲ ହୋଇଛନ୍ତି ରବିଚନ୍ଦ୍ରନ୍ ଅଶ୍ବିନ୍ । ଏହା ସହିତ ୪୦୦ ଓ୍ବିକେଟ୍ ନେବାରେ ଅଶ୍ବିନ ୪ର୍ଥ ଭାରତୀୟ କ୍ରିକେଟର ହୋଇଛନ୍ତି । କପିଳ ଦେବ (୪୩୪), ହରଭଜନ ସିଂହ (୪୧୭) ଏବଂ ଅନିଲ କୁମ୍ବଲେ (୬୧୯)ଙ୍କ ପରେ ରବିଚନ୍ଦ୍ରନ ଅଶ୍ବିନ ଚତୁର୍ଥ ଭାରତୀୟ କ୍ରିକେଟର ଭାବେ ୪୦୦ ଓ୍ବିକେଟ୍ କ୍ଲବ୍ରେ ସାମିଲ ହୋଇଛନ୍ତି । ଅନିଲ କୁମ୍ବଲେ ୮୫ ମ୍ୟାଚ୍ ଖେଳି ୪ଶହ ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ । ସେହିଭଳି ହରଭଜନ ସିଂହ ୯୬ ଟେଷ୍ଟ୍ ମ୍ୟାଚ୍ ଖେଳି ୪ଶହ ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ ।