Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଇପିଏଲରୁ ଓହରିଲେ ରବିଚନ୍ଦ୍ରନ ଅଶ୍ବିନ, ଜାଣନ୍ତୁ କଣ ରହିଛି କାରଣ

26/04/2021 at 3:57 PM

ନୂଆଦିଲ୍ଲୀ ୨୬/୦୪ : ଆଇପିଏଲର ଚଳିତ ସିଜିନ୍‌ରୁ ଓହରି ଯାଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବୋଲିଂ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ । ସୁରକ୍ଷିତ ବାୟୋବବଲରେ ରହି ମଧ୍ୟ ଖେଳାଳୀଙ୍କୁ ଘାରିଛି କରୋନା ଭୟ । ଅଶ୍ବିନଙ୍କ ବ୍ୟତିତ ଅଷ୍ଟ୍ରେଲିଆର କିଛି ଖେଳାଳୀ ଆଇପିଏଲ ଛାଡିଛନ୍ତି । କିନ୍ତୁ ସେପଟେ ବିସିସିଆଇ କହିଛି ଯେ, ଆଇପିଏଲ ଆଗକୁ ମଧ୍ୟ ଜାରି ରହିବ ।

ରବିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ​‌ ପରେ ଟ୍ବିଟ୍ କରି ଚଳିତ ଆଇପିଏଲରୁ ଓହରିବା ନେଇ ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ଟ୍ବିଟ୍‌ କରି ଅଶ୍ବିନ କହିଛନ୍ତି, ‘ ମୁଁ ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ଚଳିତ ଆଇପିଏଲରୁ ବ୍ରେକ୍‌ ନେଉଛି । ମୋ ପରିବାର କରୋନା ସଂକ୍ରମିତ ହୋଇସାରିଛନ୍ତି । ଏଭଳି କଠିନ ସମୟରେ ସେମାନଙ୍କୁ ମୋର ଆବଶ୍ୟକତା ରହିଛି । ତେବେ ଯଦି ଆଗକୁ ସ୍ଥିତି ସ୍ବଭାବିକ ହୁଏ ତେବେ ମୁଁ ପୁଣିଥରେ ଫେରିବି ।’ ଏହା ସହିତ ଦିଲ୍ଲୀ କ୍ୟାପିଟାଲ୍ସକୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ବିନ ।

ଏହା ପୂର୍ବରୁ ରାଜସ୍ଥାନ ରୟାଲସ୍‌ ବୋଲର ଆଣ୍ଡ୍ର୍ୟ ଟାଇ, କେନ୍‌ ରିଚାର୍ଡସନ୍‌ ଏବଂ ଆଡାମ ଜାମ୍ପା IPLରୁ ଓହରି ଯାଇଛନ୍ତି । ଭାରତରେ କାରାନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିଜ ଦେଶରେ ପ୍ରବେଶ ଉପରେ ନିଶେଧ ଆଶଙ୍କାରେ ଆଇପିଏଲ ଅଧାରୁ ଅଷ୍ଟ୍ରେଲିଆ କ୍ରିକେଟରମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ସୂଚନାଯୋଗ୍ୟ, ଆଇପିଏଲ ବନ୍ଦ ହେବାନେଇ ପୂର୍ବରୁ ସଷ୍ଟିକରଣ ଦେଇସାରିଛି ବିସିସିଆଇ । BCCI କହିଛି ଯେ, ଆଇପିଏଲ ବାତିଲ ହେବ ନାହିଁ । ବର୍ତ୍ତମାନ ପାଇଁ ଖେଳ ଜାରି ରହିବ  । ତେବେ ଭାରତରେ କରୋନା ସ୍ଥିତି ଏବେ ଚିନ୍ତାର କାରଣ ପାଲଟିଛି କିନ୍ତୁ ଖେଳାଳୀମାନଙ୍କୁ ବାୟୋ ବବଲରେ ରଖାଯାଇଛି । ଆଇପିଏଲ ପାଇଁ କଡା ବାୟୋ ବବଲ କରାଯାଇଛି ।

   Related Posts