ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ଵିନ, ପାକିସ୍ତାନର ଓ୍ଵାସିମ ଆକ୍ରମଙ୍କୁ ପଛରେ ପକାଇଲେ

Published By : Prameya-News7 Bureau | November 27, 2021 IST

କାନପୁର ୨୭।୧୧: ଭାରତର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଶନିବାର କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଇତିହାସ ରଚିଛନ୍ତି। ରବିଚନ୍ଦ୍ରନ ଅଶ୍ଵିନ ଟେଷ୍ଟ କ୍ରିକେଟ୍‌ରେ ନିଜର ୪୧୫ତମ ଓ୍ଵିକେଟ୍ ହାସଲ କରିଛନ୍ତି। ଏଥିସହ ପାକିସ୍ତାନର ମହାନ ଦ୍ରୁତ ବୋଲର ଓ୍ଵାସିମ ଆକ୍ରମଙ୍କ ପଛରେ ପକାଇଛନ୍ତି। ଅଶ୍ଵିନ ଏ ପର୍ଯ୍ୟନ୍ତ ମୋଟ୍ ୪୧୬ ଓ୍ଵିକେଟ୍ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସରେ ଅଶ୍ଵିନ ୮୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଅଶ୍ଵିନ ୮୦ଟି ଟେଷ୍ଟ ମ୍ୟାଚ୍‌ରେ ଏହି ରେକର୍ଡ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଓ୍ଵିକେଟ୍ ନେବା ମାମଲାରେ ଅଶ୍ଵିନ ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ୪୧୭ ଓ୍ଵିକେଟ୍‌ର ରେକର୍ଡଠୁ ୨ଟି ଓ୍ଵିକେଟ୍ ପଛରେ ରହିଛନ୍ତି। ଅଶ୍ଵିନ ୮୦ଟି ଟେଷ୍ଟରୁ ୪୧୬ ଓ୍ଵିକେଟ୍ ନେଇଥିବା ବେଳେ ଓ୍ଵାସିମ ଆକ୍ରମ ୧୦୪ ଟେଷ୍ଟରୁ ୪୧୪ ଓ୍ଵିକେଟ୍ ନେଇଛନ୍ତି।

ରବିଚନ୍ଦ୍ରନ ଅଶ୍ଵିନଙ୍କ ଟେଷ୍ଟ ରେକର୍ଡ

୮୦ ମ୍ୟାଚ୍

୪୧୬ ଓ୍ଵିକେଟ୍

୨୪.୬୩ ହାର

୫ ଓ୍ଵିକେଟ୍ - ୩୦ ଥର

୧୦ ଓ୍ଵିକେଟ୍- ୭ ଥର

ଭାରତ ପାଇଁ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍

ଅନିଲ କୁମ୍ବଲେ- ୬୧୯ ଓ୍ଵିକେଟ୍

କପିଲ ଦେବ- ୪୩୪ ଓ୍ଵିକେଟ୍

ହରଭଜନ ସିଂହ- ୪୧୭ ଓ୍ଵିକେଟ୍

ରବିଚନ୍ଦ୍ରନ ଅଶ୍ଵିନ- ୪୧୬ ଓ୍ଵିକେଟ୍

ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଓ୍ଵିକେଟ୍‌ହାସଲକାରୀ ବୋଲର

ମୁଥେୟା ମୁରଲୀଧରଣ- ୮୦୦

ଶେନ ଓ୍ଵାର୍ଣ୍ଣ- ୭୦୮

ଜେମ୍ସ ଆଣ୍ଡରସନ- ୬୩୨

ଅନିଲ କୁମ୍ବଲେ- ୬୧୯

ଗ୍ଲେନ ମ୍ୟାକଗ୍ରା- ୫୬୩

ଷ୍ଟୁଆର୍ଟ ବ୍ରଡ- ୫୨୪

କଟନୀ ଓ୍ଵାଲ୍ସ- ୫୧୯

ଡେଲ୍ ଷ୍ଟେନ- ୪୩୯

କପିଲ୍ ଦେବ- ୪୩୪

ରଙ୍ଗନା ହେରାଥ- ୪୩୩

ରିଚାର୍ଡ ହେଡଲୀ- ୪୩୧

ସନ ପୋଲକ- ୪୨୧

ହରଭଜନ ସିଂହ- ୪୧୭

ରବିଚନ୍ଦ୍ରନ ଅଶ୍ଵିନ- ୪୧୬

ଓ୍ଵାଶିମ ଆକ୍ରମ- ୪୧୪

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.