୫୦ ବର୍ଷ ବୟସ୍କ ଏହି ଅଭିନେତା ୨୩ ବର୍ଷର ସୁନ୍ଦରୀ ଅଭିନେତ୍ରୀଙ୍କୁ ନିଜ ପାଇଁ ବାଛିଲେ

Published By : Prameya-News7 Bureau | July 29, 2019 IST

ମୁମ୍ବାଇ୨୯|୭: ସାଉଥର ବରିଷ୍ଠ କଳାକାର ରବି ତେଜାଙ୍କ ଫିଲ୍ମ କିଏ ବା ପସନ୍ଦ ନକରେ। ଛୋଟ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଫିଲ୍ମ ଦେଖିବା ପସନ୍ଦ କରନ୍ତି। ସାଉଥର ପପୁଲାର ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରବି। ତାଙ୍କ ଫ୍ୟାନ ଫଲୋଇଂ ଅଗଣିତ ସଂଖ୍ୟାରେ ଅଛନ୍ତି। ତେବେ ରବି ତାଙ୍କ ଆଗାମୀ ଫିଲ୍ମ ପାଇଁ ଅଭିନେତ୍ରୀ ନିଭେଥା ଥୋମାସଙ୍କୁ ବାଛିଛନ୍ତି।

{"id":138674}

ନିଭେଥା ଯୁବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହିଟ୍‌ ଷ୍ଟାର। ୨୩ ବର୍ଷ ବୟସରେ ମଧ୍ୟ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଫିଲ୍ମ ଦେଇସାରିଛନ୍ତି। ମଲାୟଲମ୍‌ ଫିଲ୍ମରେ ଅଭିନୟ କରି ସେ ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଫିଲ୍ମ ଭିରୁଥେ ଅରୁ ଭାର୍ୟରେ ଅଭିନୟ କରି ସେ ବଡ ପରଦାରେ ପାଦ ଦେଇଥିଲେ।

{"id":138675,"width":564,"height":749}

ଏବେ ତାଙ୍କ ହଟ୍‌ ଲୁକ୍ସ ଦ୍ବରା ସେ ତେଲୁଗୁ ଓ ତାମିଲ ଫିଲ୍ମରେ ଛାଇ ଯାଇଛନ୍ତି। ଟିଭି ସିରିଏଲରେ ନିଭେଥା ଜଣେ ଶିଶୁ କଳାକାର ଭାବେ ଅଭିନୟ କରି ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ।  ଅନେକ ପରିଶ୍ରମ ପରେ ସେ ବଡ ପରଦାରେ ସଫଳତା ହାସଲ କରିଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.