ଡ୍ରେସିଂ ରୁମରେ ଖେଳାଳିଙ୍କୁ ଭୁରି ଭୁରି ପ୍ରଶଂସା କଲେ ରବି ଶାସ୍ତ୍ରୀ, କହିଲେ-'ଭାରତ ଛାଡ, ସାରା ବିଶ୍ୱ ଆପଣମାନଙ୍କୁ ସଲାମ କରିବ'

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦/୦୧ : ବ୍ରିସବେନ ଟେଷ୍ଟରେ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୩ ୱିକେଟ୍ ରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ବର୍ଡ଼ର ଗାବାସ୍କର ସିରିଜ ଜିତିବା ପରେ ଟିମ ଇଣ୍ଡିଆ କୋଚ ରବି ଶାସ୍ତ୍ରୀ ଖେଳାଳିଙ୍କୁ ଖୁବ ପ୍ରଶଂସା କରିଛନ୍ତି। ରବି ଶାସ୍ତ୍ରୀ ଡ୍ରେସିଂ ରୁମରେ ଖେଳାଳିଙ୍କୁ ପ୍ରଶଂସା କରିଥିବା ଭିଡିଓ ସୋସିଆଲ ମିଡ଼ିଆ ଭାଇରାଲ ହୋଇଛି। ଏହି ଭିଡିଓକୁ ବିସିସିଆଇ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି।

{"id":395388,"sizeSlug":"large","linkDestination":"none"}

ରବି ଶାସ୍ତ୍ରୀ ଡ୍ରେସିଂ ରୁମରେ ଟିମ ସହ କଥାବାର୍ତ୍ତା ହୋଇ କହିଛନ୍ତି, "ସାହସ, ନିଶ୍ଚୟ, ମଜବୁତି, ଆପଣମାନେ ଯେଉଁ ପ୍ରଦର୍ଶନ କରିଛନ୍ତି ତାହା ଆକର୍ଷଣୀୟ ଥିଲା। ଥରେ ହେଲେ ଆପଣମାନେ ହତାଶ ହୋଇନାହାନ୍ତି। ଆହତ, ୩୬ ବଲରେ ଅଲଆଉଟ ହେବା ସତ୍ତ୍ୱେ ଆପଣମାନଙ୍କ ଭିତରେ ଆତ୍ମବିଶ୍ୱାସ ଥିଲା। ଏସବୁ ଗୋଟିଏ ରାତିରେ ହୁଏନି। କିନ୍ତୁ ଆପଣମାନଙ୍କ ଭିତରେ ଆତ୍ମବିଶ୍ୱାସ ଅଛି ଏବଂ ଏହି ଆତ୍ମବିଶ୍ୱାସ ଆପଣମାନଙ୍କୁ କେଉଁଠିକି ନେଇଯାଇପାରେ ନିଜେ ବି ଦେଖି ପାରୁଥିବେ।"

wp:embed {"url":"https://twitter.com/BCCI/status/1351552015562805249","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1351552015562805249
/wp:embed

ଆଗକୁ ଟିମ ଇଣ୍ଡିଆ କୋଚ କହିଛନ୍ତି, "ଆଜି କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱ ଛିଡା ହୋଇ ଆପଣମାନଙ୍କୁ ସଲାମ କରିବ। ମନେରଖନ୍ତୁ, ଆପଣମାନେ ଆଜି ଯାହା କରିଛନ୍ତି, ଏହି ମୁହୂର୍ତ୍ତକୁ ପାଳନ କର, ଯେତେ ପାରୁଛ ଏହି ମୁହୂର୍ତ୍ତର ମଜା ନିଅ, ଖୁସି ମନାଅ। ପଦାର୍ପଣ କରିଥିବା ସବୁ ଖେଳାଳି, ସପୋର୍ଟ ଷ୍ଟାଫ, ସମସ୍ତେ ଆକର୍ଷଣୀୟ ଥିଲେ।" 

ଭାରତ ଚତୁର୍ଥ ଓ ଶେଷ ଟେଷ୍ଟରେ ଟି.ନଟରାଜନ ଓ ୱାଶିଂଟନ ସୁନ୍ଦରକୁ ମଉକା ଦେଇଥିଲା। ଶାର୍ଦୁଲ ଠାକୁର ମଧ୍ୟ ଖେଳିଥିଲେ। ଏହା ଶାର୍ଦୁଲ ଠାକୁରଙ୍କ ଦ୍ୱିତୀୟ ଟେଷ୍ଟ ଥିଲା।

ଶାସ୍ତ୍ରୀ କହିଛନ୍ତି, ଏହାର ଆରମ୍ଭ ମେଲବର୍ନରୁ ହୋଇଥିଲା। ସିଡନୀରେ ବହୁତ ଭଲ ଖେଳିଥିଲେ ଯେଉଁଥିପାଇଁ ସେହି ବରାବରରେ ଆମେ ଏଠାରେ ପହଞ୍ଚିଥିଲୁ। ଆପଣମାନେ ଆଜି ଯେଉଁଭଳି ମ୍ୟାଚ ଜିତିଛନ୍ତି ତାହା ଅବିଶ୍ୱାସନୀୟ। ଶୁଭମନ ଗିଲ୍ ବହୁତ ଭଲ ବୋଲର। ଚେତ୍ତେଶ୍ୱର ପୂଜାରା ବି ଜଣେ ବହୁତ ଭଲ ଯୋଦ୍ଧା ଭାବେ ପରିଚିତ ହେବେ। ପନ୍ତ ପୁରା ଅବିଶ୍ୱାସନୀୟ। ଆମେ ଯେଉଁ ସ୍ଥିତିରେ ଥିଲୁ ଆଉ ରାହାଣେ ଯେଉଁଭଳି କ୍ୟାପିଟେନ୍ସି କରିଥିଲେ ଓ ଟିମକୁ ଜିତିଥିଲେ ତାହା ପ୍ରଶଂସନୀୟ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.