ଇଣ୍ଟରନେଟ୍‌ରେ ଇଣ୍ଡିଆ ହେବ ନଂ ଓ୍ବାନ୍ : ୨୦୨୦ ଏପ୍ରିଲ ପୂର୍ବରୁ ସବୁ ଗାଁରେ ମାଗଣା ଓ୍ବାଇଫାଇ

Published By : Prameya-News7 Bureau | December 26, 2019 IST

ରେଓ୍ବାରୀ ୨୬।୧୨: ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶର ସମସ୍ତ ଗାଁକୁ ମାଗଣାରେ ଓ୍ବାଇ ଫାଇ ସୁବିଧା ମିଳିବ । ଏନେଇ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏନେଇ ସୂଚନା ଦେଇଛନ୍ତି । ଭାରତ ନେଟ୍ ଜରିଆରେ ଏହି ସମସ୍ତ ଗାଁରେ ସୁବିଧା ଉପଲବ୍ଧ କରାଯିବ । ଦେଶର ୧.୩ ଲକ୍ଷ ଗ୍ରାମପଞ୍ଚାୟତକୁ ଭାରତ ନେଟ୍ ଅପ୍ଟିକଲ ଫାଇବର ସହ ଜୋଡାଯାଇଛି । ୨.୫ ଲକ୍ଷ ଗ୍ରାମପଞ୍ଚାୟତକୁ ଜୋଡିବାର ଲକ୍ଷ୍ୟ ରଖାଯାଇଛି । ଭାରତ ନେଟ୍ ସେବାର ବ୍ୟବହାର ବୃଦ୍ଧି କରିବା ପାଇଁ ଭାରତ୍ ନେଟ୍ ସହ ଜଡିତ ସମସ୍ତ ଗାଁକୁ ୨୦୨୦ ମର୍ଚ୍ଚ ସୁଦ୍ଧା ମାଗଣାରେ ଓ୍ବାଇ ଫାଇ ସେବା ଯୋଗାଇଦିଆଯିବ । ବର୍ତ୍ତମାନ ସୁଦ୍ଧା ୪୮,୦୦୦ ଗାଁକୁ ଓ୍ବାଇ ଫାଇ ସୁବିଧା ଯୋଗାଇ ଦିଆଯାଇଛି ।

ଏହାସହ ସିଏସସି କେନ୍ଦ୍ର ଗୁଡିକରେ ବ୍ୟାକିଂ ସୁବିଧା ଯୋଗାଇ ଦିଆଯାଉଛି । ୨୦୧୪ ମସିହାରେ ୬୦,୦୦୦ ସିଏସସି କେନ୍ଦ୍ର ରହିଥିଲା । ଏବେ ଏହା ୩ଲକ୍ଷ ୬୦ହଜାରରେ ପହଞ୍ଚିଲାଣି । ହରିୟାଣାରେ ଏଭଳି ୧୧,୦୦୦ ସିଏସସି କେନ୍ଦ୍ର ରହିଛି । ଯେଉଁ କେନ୍ଦ୍ରଗୁଡିକ ୬୫୯ ସେବା ଯୋଗାଉଛି । ସିଏସସି ଇ-ଗଭର୍ଣ୍ଣେସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ଦେଶର ଗ୍ରାମାଞ୍ଚଳ ଏବଂ ଆଖପାଖ ଅଞ୍ଚଳରେ ଡିଜିଟାଲ୍ ଗ୍ରାମ ସେବା ଆରମ୍ଭ କରୁଛି । ପ୍ରାୟ ଏକ ଲକ୍ଷ ଗାଁକୁ ଡିଜିଟାଲ ଗାଁରେ ପରିବର୍ତ୍ତିତ କରିବାକୁ ଯୋଜନା ରଖାଯାଇଛି ।

ସିଏସସି ଇ-ଗଭର୍ଣ୍ଣେସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦୀନେଶ ତ୍ୟାଗୀ କହିଛନ୍ତି ଯେ, ଡିଜିଟାଲ୍ ଗ୍ରାମ ଯୋଜନା ଗ୍ରାମାଞ୍ଚଳର ଅର୍ଥ ବ୍ୟବସ୍ଥାକୁ ସଠିକ୍ ଭାବେ ବଦଳାଇବା ଏବଂ ଡିଜିଟାଲ୍ ପାର୍ଥକ୍ୟକୁ କମ୍ କରିବାର କ୍ଷମତା ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.