ଅଶ୍ଵିନୀ ବୈଷ୍ଣବଙ୍କ ଖୁବ୍ ପ୍ରଶଂସା କଲେ ପୂର୍ବତନ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଜାଣନ୍ତୁ କାରଣ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨।୦୭: ନୂତନ ସଞ୍ଚାର ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରଶଂସା କଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସାମାଜିକ ଗଣମାଧ୍ୟମ କମ୍ପାନୀ ଟ୍ଵିଟର ପ୍ରତି ବୈଷ୍ଣବଙ୍କ କଠୋର ଆଭିମୁଖ୍ୟକୁ ବେଶ୍ ପ୍ରଶଂସା କଲେ ରବିଶଙ୍କର। ଏଥିସହ ନୂତନ ଆଇଟି ନିୟମକୁ ନେଇ ନିଜର ସ୍ପଷ୍ଟ ଆଭିମୁଖ୍ୟ ପାଇଁ ମଧ୍ୟ ଅଶ୍ଵିନୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଉଲ୍ଲେଖନୀ କ୍ୟାବିନେଟ୍ ସଂପ୍ରସାରଣ ପୂର୍ବରୁ ରବି ଶଙ୍କର ପ୍ରସାଦ ଏହି ମନ୍ତ୍ରଣାଳୟ ଦାୟିତ୍ଵ ସମ୍ଭାଳୁଥିଲେ।

ରବିଶଙ୍କର ପ୍ରସାଦ ସୋମବାର ଟ୍ଵିଟ୍ କରି କହିଛନ୍ତି ଯେ, ନୂତନ ଆଇଟି ମନ୍ତ୍ରୀ  ଅଶ୍ଵିନୀ ବୈଷ୍ଣବଙ୍କୁ ନୂଆ ଆଇଟି ନିୟମରେ ଅଡି ରହିବା ପାଇଁ ଧନ୍ୟବାଦ। ସେ ସ୍ପଷ୍ଟ କରିଛନ୍ତି ଯେ, ନୂତନ ଆଇନ ୟୁଜର୍ସଙ୍କ ସୁରକ୍ଷା ପାଇଁ ତିଆରି କରାଯାଇଛି, ଯଦ୍ଵାରା କେହି ବି ଏହାର ଦୁରୁପଯୋଗ କରି ପାରିବେ ନାହିଁ। ଏଥିସହ ଉପଯୋଗକାରୀଙ୍କ ଅଭିଯୋଗ ନିବାରଣ ମଧ୍ୟ ହୋଇ ପାରିବ। କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ ପରେ ଟ୍ଵିଟର ମଧ୍ୟ ନୂଆ ଆଇନ ପାଳନ ପାଇଁ କିଛି ପଦକ୍ଷେପ ଉଠାଇଛି।

wp:html /wp:html

ଦେଶରେ ନିୟମର ପାଳନ କରିବାକୁ ପଡିବ

ସୂଚନାଯୋଗ୍ୟ, ଆଇଟି ମନ୍ତ୍ରଣାଳୟ ପଦଭାର ଗ୍ରହଣ କରିବା ଠିକ୍ ପରେ ଅଶ୍ଵିନୀ ବୈଷ୍ଣବ କହିଥିଲେ ଯେ, ଭାରତରେ ରହୁଥିବା ଏବଂ କାମ କରୁଥିବା ଲୋକଙ୍କୁ ଦେଶର ନିୟନ ପାଳନ କରିବାକୁ ପଡିବ। ଟ୍ଵିଟର ପକ୍ଷରୁ ନୂତନ ଆଇଟି ନିୟମ ପାଳନ କରାନଯିବା ପ୍ରଶ୍ନ ଉପରେ ବୈଷ୍ଣବ କହିଥିଲେ, ଯେ  କେହି ବି ଭାରତରେ ରହିବ  ଏବଂ କାମ କରିବ ତେବେ ଦେଶର ନିୟମ ପାଳନ କରିବାକୁ ପଡିବ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ରବିବାର ସ୍ଵଦେଶୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘କୁ’ରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ନିଜର ପ୍ରଥମ ପୋଷ୍ଟ ନୂତନ ଆଇଟି ନିୟମକୁ ନେଇ କରିଛନ୍ତି। ଏଥିରେ ସେ ନୂତନ ନିୟମ ସଶକ୍ତ ଏବଂ ୟୁଜର୍ସଙ୍କ ଗୋପନୀୟତାର ସୁରକ୍ଷା କରିବ ବୋଲି କହିତିଲେ। ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କୁରେ ଏହି ପୋଷ୍ଟ ଠିକ୍ ସେହି ସମୟରେ କରିଛନ୍ତି, ଯେତେବେଳେ ରବିବାର ଭାରତ ସରକାରଙ୍କ ସହ ଦୀର୍ଘ ସମୟ ବିବାଦ ପରେ ଟ୍ଵିଟର ଇଣ୍ଡିଆ ନୂତନ ଆଇଟି ନିୟମ ପାଳନ କରି  ଭାରତରେ ବିନୟ ପ୍ରକାଶଙ୍କୁ ଅଭିଯୋଗ ନିବାରଣ ଅଧିକାରୀ ଭାବେ ନିଯୁକ୍ତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.